ପାଟକୁରା ବିଧାୟକ ଅରବିନ୍ଦଙ୍କ ବିବାଦୀୟ ବୟାନ !
*ବ୍ଳକକୁ ଯିଏ ଆସି ପାଟିତୁଣ୍ଡ କରୁଛି ଗୋଇଠା ମାରି ବାହାର କର !
କେନ୍ଦ୍ରପଡ଼ା, - :
ନେତା ଓ ଅଧିକାରୀଙ୍କ କଳିରେ ବଳି ପଡ଼ିଛନ୍ତି ସାଧାରଣ ଜନତା । ଗତ କିଛିଦିନ ଧରି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଘୋର ଅବ୍ୟବସ୍ଥା ଲାଗିରହିଛି । ଗୋଟିଏ ପଟେ ବିଡ଼ିଓ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଦର୍ଶାଇ ଏକ ସପ୍ତାହରୁ ଅଧିକ ଦିନ ଧରି କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି ଏବଂ ଆରପଟେ ବ୍ଲକର ଅନ୍ୟ କର୍ମଚାରୀ ମାନେ ତିନିଦିନ ଧରି ବ୍ଲକ୍ ପରିସରରେ କଲମଛାଡ଼ ଆନ୍ଦୋଳନରେ ବସିଥିଲ । ଘଟଣାର ୮ ଦିନ ପରେ ଅର୍ଥାତ୍ ଗତ ଶୁକ୍ରବାର ଦିନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଡେରାବିଶ ବ୍ଲକରେ ପହଞ୍ଚି ଆନ୍ଦୋଳନରତ କର୍ମଚାରୀଙ୍କ ସହ କିଛି ଆଲୋଚନା କରିଥିଲେ । ଆଲୋଚନା ବେଳେ ବିଧାୟକ ଶ୍ରୀ ମହାପାତ୍ର ସବୁ ସୀମା ସରହଦ ପାର କରିଯାଇଥିଲେ । ଯାହାକି ଅତି ଦୁର୍ଭାଗ୍ୟଜନକ ଆଦୌ ଶୋଭନୀୟ ନଥିଲା । ବିଧାୟକ କହିଥିଲେ ବ୍ଲକ୍ ଅଫିସ୍ କାହା ବାପାର ନୁହେଁ । ଆଗାମୀ ଦିନରେ ଯେଉଁ ବ୍ୟକ୍ତି ମାନେ ଏଠାକୁ ଆସି ଆପଣ ମାନଙ୍କ ସାମ୍ନାରେ ଯୁକ୍ତି ତର୍କ କରୁଛନ୍ତି ସମସ୍ତେ ସଂଘବଦ୍ଧ ହୋଇ ଗୋଇଠା, ତଣ୍ଟିଆ ମାରି ସେମାନଙ୍କୁ ବିଦା କର । ମୁଁ ତମ ମାନଙ୍କ ସାଥିରେ ଅଛି ।
ଏଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଗୋଟିଏ ପଟେ ଜଣେ ବିଧାୟକ ହିସାବରେ ବ୍ଲକର ଯେକୌଣସି ସମସ୍ୟା ସମାଧାନର ଦାୟିତ୍ୱ ରହିଛି । ଅନ୍ୟପଟେ ବ୍ଲକର ବିକାଶ ମୂଳକ ଅନୁଦାନ କିମ୍ବା ଅନ୍ୟାନ୍ୟ ସମସ୍ୟା ସ୍ଥାନୀୟ ନେତା ତଥା ଜନପ୍ରତିନିଧି ହୁଅନ୍ତୁ ଅଥବା ସାଧାରଣ ଜନତା ହୁଅନ୍ତୁ ଏସବୁ ପଚାରି ବୁଝିବାର ଯଥେଷ୍ଟ ଅଧିକାର ମଧ୍ୟ ରହିଛି । ଜଣେ ବିଧାୟକଙ୍କ ଏଭଳି ଅଗଣତାନ୍ତ୍ରିକ ବିବାଦୀୟ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق