BREAKING
Loading...
:

ଟିଟିଲାଗଡ ରେ ଡିଜିଟାଲ ଲାଇବ୍ରେରି ଏବଂ ଡିଏଭି କଲେଜ ରେ ପିଜି ପାଠ୍ୟକ୍ରମ ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର

 ଟିଟିଲାଗଡ ରେ ଡିଜିଟାଲ ଲାଇବ୍ରେରି ଏବଂ ଡିଏଭି କଲେଜ ରେ ପିଜି ପାଠ୍ୟକ୍ରମ ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର 

 


ଟିଟିଲାଗଡ ରେ 1968 ମସିହା ରେ ସ୍ଥାପିତ ହୋଇଥିଲା ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ।କିନ୍ତୁ ସ୍ଥାପନ ର 57 ବର୍ଷ ପୁରିଥିଲେ ହେଁ ଅଦ୍ୟାବିଧି ଏହି କଲେଜ ରେ ସମସ୍ତ ବିଭାଗ ରେ ପିଜି ପାଠ୍ୟକ୍ରମ ଆଜି ଯାଏଁ ଆରମ୍ଭ ହୋଇପାରିନାହିଁ।ବର୍ତ୍ତମାନ କେବଳ 16 ଟି ବିଭାଗ ରୁ 3ଟି ବିଭାଗ ରେ ପିଜି  ପାଠ୍ୟକ୍ରମ ଆରମ୍ଭ ହୋଇପାରିଛି।ଏହି ମହାବିଦ୍ୟାଲୟ ରେ ସ୍ଥାନୀୟ ଅଞ୍ଚଳ ତଥା ଆଖପାଖ ସୀମାବର୍ତ୍ତୀ ଜିଲ୍ଲା ର ଛାତ୍ର ମଧ୍ୟ ବହୁ ମାତ୍ରା ରେ ନିର୍ଭରଶିଳ।ତେଣୁ ସମସ୍ତ ବିଭାଗ ରେ ପିଜି ପାଠ୍ୟ କ୍ରମ ନ ଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ର ଛାତ୍ର ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଏବଂ ବାଧ୍ୟ ହୋଇ ଉଚ୍ଚ ଶିକ୍ଷା ପାଇଁ ଅନ୍ୟ ସହର କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ଟିଟିଲାଗଡ ସମଗ୍ର ଓଡ଼ିଶା ର ଏକ ବୃହତ୍ ଉପଖଣ୍ଡ ତଥା ମ୍ୟୁନିସିପାଲିଟୀ କିନ୍ତୁ ଏଯାବତ୍ ସହର ରେ  ଛାତ୍ର ଙ୍କ ପାଇଁ ଉଦ୍ଧିଷ୍ଟ ଏକ ସ୍ୱତନ୍ତ୍ର ଡିଜିଟାଲ ଲାଇବ୍ରେରି ସ୍ଥାପନ ହୋଇପାରି ନାହିଁ। ତେଣୁ ଟିଟିଲାଗଡ ର ଛାତ୍ର ବାଧ୍ୟ ହୋଇ ବଡ ସହର କୁ ପରୀକ୍ଷା  ପ୍ରସ୍ତୁତି ପାଇଁ ଯାଉଛନ୍ତି।ତେଣୁ ଟିଟିଲାଗଡ ର ଯୁବକ ଛାତ୍ର ଙ୍କ ସାମୂହିକ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଟିଟଲାଗଡ ବିକାଶ ସେନା ଅଧ୍ୟକ୍ଷ ଈଂ ଅମ୍ଳାନ ଷଡ଼ଙ୍ଗୀ ଓଡ଼ିଶା ର ଉଚ୍ଚଶିକ୍ଷା ତଥା ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ 2ଟି ଦାବି ସମ୍ବଲିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଥମ ରେ ଟିଟିଲାଗଡ ରେ ଏକ 200 ଛାତ୍ର ଙ୍କ ବସିବା ସୁବିଧା ଥିବା ଭଳି ଏକ ଡିଜିଟାଲ ଲାଇବ୍ରେରି ଏବଂ ଦ୍ୱିତୀୟ ରେ ଡିଏଭି କଲେଜ ର ସମସ୍ତ ୧୬ଟି  ବିଭାଗ ରେ ପିଜି ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷ ରୁ ଆରମ୍ଭ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। ତେବେ ମାନନୀୟ ମନ୍ତ୍ରୀ ସମସ୍ତ ଦାବୀ ବିଷୟରେ ଶୁଣିବା ସହିତ ଏହା ଉପରେ ଯଥା ଶୀଘ୍ର ଗମ୍ଭୀରତା ର ସହିତ ବିଚାର ପୂର୍ବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି  ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS