ପଦୋନ୍ନତି ଆଶାୟୀ ଶିକ୍ଷକଙ୍କ ବୈଠକ
-----------------------------
ବ୍ରମ୍ହପୁର୍, ଗଞ୍ଜାମ ଜିଲ୍ଲାର ପଦୋନ୍ନତି ଆଶାୟୀ ପ୍ରାଥମିକ ଶିକ୍ଷକମାନଙ୍କ ଏକ ବୈଠକ ସୁକୁଣ୍ଡl ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ଗ ଅନୁଷ୍ଠିତ ହୋଇଥିଲା l ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପଦୋନ୍ନତି ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ l ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ବିଳମ୍ବ ହେବାରୁ ଶିକ୍ଷକମାନେ କ୍ଷୋଭ ପ୍ରକାଶ କରିଥିଲେ l ପଦୋନ୍ନତି ଅଧିକ ବିଳମ୍ବ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା l
ବୈଠକରେ ଗୌତମ ପ୍ରଧାନ, ନିରଞ୍ଜନ ପଣ୍ଡା, ଲକ୍ଷ୍ମୀକାନ୍ତ ପଣ୍ଡା, ସତ୍ୟ ନାରାୟଣ ଦୋରା, ସଞ୍ଜୟ କୁମାର ସାହୁ, ଅମିତାଭ ମିଶ୍ର ଆଦି ଉପସ୍ଥିତ ଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق