BREAKING
Loading...
:

ରାକ୍ଷୀ ପୁର୍ଣିମାରେ ଅଘଟଣ, ଦନ୍ତା ହାତୀ ଆକ୍ରମଣରେ ନାବାଳିକା ମୃତ୍ୟୁ

 ରାକ୍ଷୀ ପୁର୍ଣିମାରେ ଅଘଟଣ, ଦନ୍ତା ହାତୀ ଆକ୍ରମଣରେ ନାବାଳିକା ମୃତ୍ୟୁ 



ପରଜଙ୍ଗ, -: ଢେଙ୍କାନାଳ ଜିଲ୍ଲା ମହାବୀରରୋଡ ରେଞ୍ଜ ଦଦରା ଘାଟି ଫରେଷ୍ଟ ସେକ୍ସନ ମଙ୍ଗଳବାର ବିଳମ୍ବିତ ରାତିରେ ଦନ୍ତା ହାତୀ ଆକ୍ରମାଣରେ ଜଣେ ନାବାଳିକା ର ମୃତ୍ୟୁ ଘଟିଛି l ମୃତ୍ୟୁ କ ସରକିଶୋରପାଳ ଗ୍ରାମର ବିଷ୍ଣୁ ନାଏକ ଙ୍କ ଝିଅ ଦେବଯାନୀ   ନାଏକ ବୟସ (୧୫) ଙ୍କ ଦନ୍ତା ହାତୀ ଆକ୍ରମଣ ମୃତ୍ୟୁ ହୋଇଛି l ସୂଚନା ମୂତାବକ ଦେବଜାନୀ ମଙ୍ଗଳବାର ରାତି ପ୍ରାୟ ୧୨ଟା ୩୦ ରେ  ଘର ବାହାରକୁ ପରିସ୍ରା ପାଇଁ ବାହାରିଥିଲେ ହାତୀ ଟି ଦେବଯାନୀ ଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ଶୁଣ୍ଢରେ କଚାଡି ଦେଇଥିଲା l ଫଳରେ ଦେବଜାନୀଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡ଼ାଇଥିଲେ। ଦେବଯାନୀ ଙ୍କୁ ଗୁରୁତର ଅବସ୍ଥା ରେ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l ପରେ ସ୍ୱାସ୍ଥ୍ୟ ବସ୍ତା ଗୁରୁତର  ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବାନୁଯାୟୀ,ଉକ୍ତ ଦନ୍ତା ହାତୀଟି କିଛିଦିନ ହେଲା ଗ୍ରାମରେ ବହୁତ ଉପଦ୍ରବ ଚଳାଇବା ସହ ବ୍ୟାପକ ଫସଲ ଓ ସମ୍ପତି ନଷ୍ଟ କରୁଥିଲା।  ହାତୀଟି ଜନବସତି ନିକଟରେ ରହିବା ଏବଂ ଲୋକଙ୍କ ମଧ୍ୟରେ ଭୟର ବାତ୍ତାବାରଣ ପାଲଟିଛି । ଏ ନେଇ ଘଟଣା ପରେ ଦଦରାଘାଟି ଫରେଷ୍ଟର ଅମିତ କୁମାର  ଓ ବନ ବିଭାଗ ପକ୍ଷରୁ ଦନ୍ତା ହାତୀଟିର ଗତିବିଧି ଉପରେ ନଜର ରଖାଯାଇଥିବା ଫରେଷ୍ଟର କହିଛନ୍ତି। ଅନ୍ୟପକ୍ଷରେ ହାତୀଟିକୁ ତୁରନ୍ତ ଜନବସତି ଅଞ୍ଚଳରୁ ଘଉଡ଼ାଇବା ସହ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଗ୍ରାମବାସୀ ବନ ବିଭାଗ ନିକଟରେ ଦାବୀ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS