ଓଡ଼ିଶା ଡିଜିପି ଚୟନ ନେଇ ବଢୁଛି ଅଡୁଆ, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି...
ଓଡ଼ିଶା ଡିଜିପି ଚୟନ ନେଇ ବଢ଼ୁଛି ଅଡ଼ୁଆ...ସୁପ୍ରିମକୋର୍ଟରେ ଦାୟର ଜନସ୍ବାର୍ଥ ମାମଲା...ରାଜ୍ୟ ସରକାର ପ୍ରକାଶ ସିଂ ମାମଲାର ଉଲଙ୍ଘନ କରିଥିବା ଅଭିଯୋଗ...ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି...ପୂର୍ବରୁ UPSCକୁ ଦିଆଯାଇଥିବା ତାଲିକାରୁ ଜଣେ ଅଫିସରଙ୍କ ନାଁ କଟାଯିବା ନେଇ ଆସିଲା ଅଭିଯୋଗ...
କେଉଁ ଆଧାରରେ ନୂଆ ତାଲିକା ଦେବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର।
୨ ଜଣ ଅଫିସରଙ୍କ ରାତି ଅଧିଆ ପଦୋନ୍ନତି ନେଇ ଶୁଣାଣି ବେଳେ ଆଲୋଚନା। ଏବେ ପୁଣି ନୂଆ ତାଲିକା ଦେବେ ରାଜ୍ୟ ସରକାର।
ଆଇନଗତ ଲଢ଼େଇ ଆରମ୍ଭ ହୋଇଥିବାରୁ ବିଳମ୍ବ ହୋଇପାରେ ନୂଆ ଡିଜିପି ନିଯୁକ୍ତି। ନିୟମ ଅନୁସାରେ କେବଳ ଲେବଲ୍ ୧୬ ଅଫିସର ଡିଜିପି ହୋଇପାରିବେ। ଏହି ଆଧାରରେ ADGP ରାଙ୍କର ଅଫିସରଙ୍କୁ ପଦୋନ୍ନତି ଦେଇ ଡିଜିପି କରିବାକୁ ଚେଷ୍ଟା କରାଯାଉଥିବା ଚର୍ଚ୍ଚା।
ସେପଟେ ଡିଜିପି ଚୟନ ନେଇ ୧୩ ତାରିଖରେ ବସିବ ବସିବ UPSC ଚୟନ କମିଟି ବୈଠକ। ଦିଲ୍ଲୀରେ ବସିବ ବୈଠକ। ୭ ତାରିଖ ବୈଠକରେ ବାହାରି ପାରି ନାହିଁ ନିଷ୍କର୍ଷ।
ପ୍ରକାଶ ସିଂହ ମାମଲା...
ପ୍ରକାଶ ସିଂହ ହେଉଛି ଭାରତରେ ପୋଲିସ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଏକ ଐତିହାସିକ ରାୟ। ୧୯୯୬ ମସିହାରେ, ଉତ୍ତରପ୍ରଦେଶ ଓ ଆସାମର ପୂର୍ବତନ DGP (Director General of Police) ପ୍ରକାଶ ସିଂହ ପୋଲିସ ବ୍ୟବସ୍ଥାକୁ ରାଜନୈତିକ ଚାପରୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଥିଲେ।
ଏହାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୦୬ ମସିହାରେ ସମସ୍ତ ରାଜ୍ୟ ପାଇଁ କେତେକ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏହି ମାମଲାର ମୁଖ୍ୟ ଗାଇଡ୍ଲାଇନ୍ ଏବଂ DGP ନିଯୁକ୍ତି ନିୟମଗୁଡ଼ିକ ତଳେ ଦିଆଗଲା:
୧. DGP ନିଯୁକ୍ତିର ସ୍ୱଚ୍ଛ ପ୍ରକ୍ରିୟାରାଜ୍ୟ ସରକାର ନିଜ ଇଚ୍ଛା ଅନୁସାରେ କାହାକୁ ବି DGP କରିପାରିବେ ନାହିଁ।
ସବୁଠାରୁ ବରିଷ୍ଠ IPS ଅଧିକାରୀମାନଙ୍କର ଏକ ତାଲିକା ରାଜ୍ୟ ସରକାର ପ୍ରଥମେ UPSC (Union Public Service Commission) ପାଖକୁ ପଠାଇବେ।UPSC ସେହି ତାଲିକାରୁ ଯୋଗ୍ୟତା ଓ ସେବା ଅବଧି ଆଧାରରେ ୩ ଜଣ ସବୁଠାରୁ ଉପଯୁକ୍ତ ଅଧିକାରୀଙ୍କ ନାମ ବାଛି ରାଜ୍ୟକୁ ଫେରସ୍ତ କରିବ।ରାଜ୍ୟ ସରକାର ସେହି ୩ ଜଣଙ୍କ ମଧ୍ୟରୁ ଜଣକୁ DGP ଭାବେ ନିଯୁକ୍ତି ଦେବେ।
୨. ୨ ବର୍ଷର ନିଶ୍ଚିତ କାର୍ଯ୍ୟକାଳ (Fixed Tenure) ଥରେ ଜଣେ ଅଧିକାରୀ DGP ଭାବେ ନିଯୁକ୍ତ ହେଲେ, ତାଙ୍କୁ କମ୍ ସେ କମ୍ ୨ ବର୍ଷ ପର୍ଯ୍ୟନ୍ତ ସେହି ପଦବୀରେ ରଖିବାକୁ ପଡ଼ିବ। ସରକାର ବଦଳିଗଲେ ମଧ୍ୟ ମଝିରେ ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ହଟାଇ ପାରିବେ ନାହିଁ।
୩. ରାଜନୈତିକ ହସ୍ତକ୍ଷେପରୁ ମୁକ୍ ତିପୋଲିସ ଅଧିକାରୀମାନଙ୍କ ବଦଳି ଏବଂ ପୋଷ୍ଟିଂକୁ ରାଜନେତାଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବା ପାଇଁ ପ୍ରତି ରାଜ୍ୟରେ ଏକ ପୋଲିସ ପ୍ରତିଷ୍ଠାନ ବୋର୍ଡ (Police Establishment Board) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
୪. ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ପୋଲିସ ଅଭିଯୋଗ ପ୍ରାଧିକରଣ (Police Complaints Authority) ଗଠନ କରିବାକୁ କୁହାଯାଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق