ନିଶାମୁକ୍ତ ଭାରତ ଅଭିଯାନ ପାଇଁ ଶପଥ ପାଠ କଲେ ଥାନା କର୍ମଚାରୀ
ଗଣିଆ ୧୮/୦୮(ମଣିଭଦ୍ରା ଖବର) ନିଶାମୁକ୍ତ ଭାରତ ଅଭିଯାନ" ହେଉଛି ଭାରତ ସରକାରଙ୍କ ଏକ ଜାତୀୟ ସଚେତନତା ଓ କଲ୍ୟାଣମୂଳକ ପଦକ୍ଷେପ । ୨୦୨୦ ମସିହାରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମାଦକଦ୍ରବ୍ୟ ଓ ନିଶା ସେବନର କୁପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା, ଯୁବପିଢ଼ିଙ୍କୁ ଦୂରେଇ ରଖିବା ଏବଂ ଏକ ସୁସ୍ଥ ତଥା ବିକଶିତ ସମାଜ ଗଠନ କରିବା।
ଏହି ପରୀପ୍ରେକ୍ଷୀରେ ମଙ୍ଗଳବାର ଗଣିଆ ଥାନା ପରିସରରେ ନିଶାମୁକ୍ତ ଭାରତ ଅଭିଯାନ ପାଇଁ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଟଙ୍କଧର ଛତ୍ରିୟା କର୍ମଚାରୀ ମାନଙ୍କୁ ଶପଥ ପାଠ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ହୋଇଥିବା ଛାତ୍ର ଛାତ୍ରୀ ମାନେ ନିଶା ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ଶାହା ଆଲାମ ଖାଁ,ବିକ୍ରମ ବିଶ୍ବାଳଙ୍କ ସମେତ ଥାନାର ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର, ଗଣିଆ


إرسال تعليق