BREAKING
Loading...
:

ରତ୍ନପ୍ରଭା ପୂଜ୍ୟ ପୂଜା ସଂସଦ ଆନକୁଲ୍ୟରେ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ମେଧା ସମ୍ବର୍ଦ୍ଧନା ଉତ୍ସବ

 




ରତ୍ନପ୍ରଭା  ପୂଜ୍ୟ ପୂଜା ସଂସଦ ଆନକୁଲ୍ୟରେ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ମେଧା ସମ୍ବର୍ଦ୍ଧନା ଉତ୍ସବ  

ବାଙ୍କୀ , 6l7(ମାନସ ରଞ୍ଜନ ସାହୁ ):ଧଳାପଥର ରତ୍ନପ୍ରଭା ପୂଜ୍ୟ ପୂଜା ସଂସଦ  ଆନୁକୁଲ୍ୟରେ ମାଟ୍ରିକରେ ସର୍ବାଧିକ ନମ୍ବର ରଖିଥିବା  ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟର 3ଜଣ ମେଧାବୀ ଛାତ୍ରୀଙ୍କୁ ଉପଢ଼ୌକନ, ପଗଡି  ଓ ମାନପତ୍ର  ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇ ଥିଲା  । ପୂଜ୍ୟ ପୂଜା ସଂସଦର ସଭାପତି ଶିକ୍ଷାବିତ  ମଧୁସୂଦନ  ମହାପାତ୍ର, ସମ୍ପାଦକ ରାଜ୍ୟପାଳ ପୁରସ୍କୃତ ଶିକ୍ଷୟତ୍ରୀ ରତ୍ନପ୍ରଭା ସାହୁଙ୍କ ସଂଯୋଜନା ରେ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସାସ୍ୱତୀ ଜେନା  ଅଧକ୍ଷତା  କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମେଧାବୀ ଛାତ୍ରୀ ଶୁଭଶ୍ରୀ ସ୍ୱାଇଁ ପ୍ରଥମ, ନର୍ମଦା ସାହୁ ଦ୍ଵିତୀୟ ଏବଂ ସାଗରୀକା ବେହେର ତୃତୀୟ କୁ ସମ୍ବର୍ଦ୍ଧିତ କରାଯାଇ ଥିଲା.ମୁଖ୍ୟଅତିଥି ଭାବେ ସମାଜସେବୀ ରତ୍ନାକର ମହାପାତ୍ର  ଯୋଗଦାନ କରି ଏହା  ଏକ ଗୌରବ ବିଷୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯୁବ ସମାଜସେବୀ ତଥା ପରିଚାଳନା ସଭାପତି ନରେଶ କୁମାର ସାହୁ  ଯୋଗଦାନ କରି  ଛାତ୍ରୀ ମାନେ ଦେଶର ଭବିଷ୍ୟତ, ଆଗକୁ  ଭଲ ଚାକିରୀ କରିବା ସହିତ ବିଦ୍ୟାଳୟ ଏବଂ ପିତାମାତାଙ୍କର ସୁନାମ ରଖିବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଭାଗିରଥି ଦାସ, କଳାପଥର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ରଣା, ଅବସରପ୍ରାପ୍ତ  ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ସାହୁ, ସଂଯୁକ୍ତା ଦାସ, ପ୍ରଭାସ ଚନ୍ଦ୍ର ଚୌଧୁରୀ, ଶିକ୍ଷାବିତ ସୂର୍ଯକାନ୍ତ ପ୍ରଧାନ, ନିମେଇଁ ଚରଣ ବାରିକ ଏବଂ ଏସ ଏମ ଡି ସି ସଂଯୁକ୍ତା ମୁଦୁଲି ପ୍ରମୁଖ ଯୋଗଦେଇ  ଛାତ୍ରୀ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଭଲ ମଣିଷ  ହେବା ପାଇଁ ପରାମର୍ଶ ଦେଇଥିଲେ । ସାମ୍ବାଦିକ ମାନସ ରଞ୍ଜନ ସାହୁ ବିଶେଷ ଅତିଥି ଭାବେ ଯୋଗଦେଇ ପୂଜ୍ୟ ପୂଜା ସଂସଦର ନିଆରା ପରମ୍ପରା ସମ୍ବର୍ଦ୍ଧନା ଉତ୍ସବକୁ ଭୁରି ଭୁରି ପ୍ରଶଂସା କରିଥିଲେ.ଶିକ୍ଷୟତ୍ରୀ ଅର୍ପିତା ତ୍ରିପାଠୀ ମଲ୍ଲୀ ଭଞ୍ଜ ପରିଚାଳନା ରେ ସହଯୋଗ କରିଥିଲେ. କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ମଧୁସୂଦନ ମହାପାତ୍ର ଶେଷରେ  ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS