ଗୋପବନ୍ଧୁଙ୍କ ନାତି ରବିନ୍ଦ୍ର ନାଥ ଦାଶ ଙ୍କ ବିୟୋଗରେ ଶୋକ ସଭା
ବାଙ୍କୀ, 7/7/2026(ମାନସ ରଞ୍ଜନ ସାହୁ ):ବିଶ୍ଵମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାତି ରବିନ୍ଦ୍ର ନାଥ ଦାଶଙ୍କର ପୈତୃକ ଗ୍ରାମ ସୁଆଣ୍ଡୋରେ ଆଜି ପ୍ରାତଃ ପରଲୋକ ହୋଇଯାଇଛି। ଏହି ଦୁଃଖଦ ଘଟଣା ପରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଥୁରିପଡାଠାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହିତ ପବିତ୍ର ଆତ୍ମାର ସଦ୍ ଗତି କାମନା କରିଥିଲେ। ସ୍ଵର୍ଗତ ଦାଶ ଙ୍କ ଦ୍ଵାରା 2016 ଜାନୁଆରୀ ମାସ 26 ତାରିଖରେ ବିଦ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇ ଶ୍ରାଦ୍ଧ ଜୟନ୍ତୀ ପାଳିତ ହୋଇ ଆସୁଛି । ଏହି ସଭାରେରେ ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ସୁନୀଲ କୁମାର ମିଶ୍ର ଯୋଗ ଦେଇ ସ୍ଵର୍ଗତ ଦାଶ ଜଣେ ଆଦର୍ଶ, ଆଚରଣ ସିଦ୍ଧ, ସ୍ନେହୀ, ସଂସ୍କୃତି ସମ୍ପନ୍ନ ତଥା ଗୋପବନ୍ଧୁ ପ୍ରାଣ ବ୍ୟକ୍ତିଥିଲେ ବୋଲି ବକ୍ତବ୍ୟ ରଖିବା ସହିତ ନିଜସ୍ଵ ଅନେକବାର ସୁଆଣ୍ଡୋ ଗସ୍ତରେ ରବୀନ୍ଦ୍ରନାଥ ଦାଶଙ୍କ ସାହଚର୍ଯ୍ୟ ଓ ଆଦର ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ସୁନ୍ଦରୀ ଦେବୀଙ୍କ ସହିତ ସର୍ବଶ୍ରୀ ଚିନ୍ମୟ ପଣ୍ଡା, ଦୀପ୍ତି ରଞ୍ଜନ ସେଠ, ସରୋଜିନୀ ଦେଇ, ଉମାମଣି ମହାପାତ୍ର, ସୌଭାଗିନୀ ନନ୍ଦ, ପ୍ରଭାତୀ ତ୍ରିପାଠୀ ସ୍ଵର୍ଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق