କଟକ ମହାନଗର ନିଗମରୁ ଅର୍ବାନହାଟ ଫାଇଲ ଗାଏବ !
୩ବର୍ଷ ପରେ ଚିଠିଲେଖି ଜଣାଇଲେ ଅଧିକାରୀ।
କଟକ ତାଳଦଣ୍ଡା କେନାଲ ପ୍ରଶସ୍ତିକରଣ ନିମନ୍ତେ ଛତ୍ରବଜାର,ତାଳଦଣ୍ଡା କେନାଲରୋଡରେ ଦୀର୍ଘ ବର୍ଷ ହେବ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଥଇଥାନ ପାଇଁ ୪କୋଟି ଟଙ୍କା ବ୍ୟୟରେ ୫୪୮ ପିଣ୍ଡି ନିର୍ମିତ ହୋଇଥିବା ସତ୍ତ୍ୱେ ଆରମ୍ଭରୁ ସମସ୍ୟା ଆଜି ପର୍ଯ୍ୟନ୍ତ ଲାଗିରହିଛି।୨୦୨୩ ମସିହା ଅପ୍ରେଲ ୬ତାରିଖରେ ସୂଚନାଅଧିକାର କର୍ମୀ ଜିତେନ୍ଦ୍ର କୁମାର ସାହୁ ସଠିକ ହିତାଧିକାରୀ ଚିହ୍ନଟ, ଅର୍ବାନହାଟରେ କେଉଁ ଆଧାରରେ ଏହି ପିଣ୍ଡିରେ ଥଇଥାନ ହେବେ ଓ ଅର୍ବାନହାଟ ନିର୍ମାଣ ପାଇଁ କେତେ ଅର୍ଥ କେଉଁ କେଉଁ ବାବଦରେ ବ୍ୟୟ ହେବ ଏହାର ତଥ୍ୟ କେଏମସିକୁ ସୂଚନାଅଧିକାର ଆଇନରେ ତଥ୍ୟ ମାଗିଥିଲେ।ଏହି ତଥ୍ୟ ନମିଳିବାରୁ ୨୦୨୩ ମେ ୨୯ରେ ପ୍ରଥମ ଅପିଲ କରିଥିଲେ।ପ୍ରଥମ ଅପିଲ କରିବା ପରେ କେଏମସି ପ୍ରଥମ ଅପିଲ କର୍ତ୍ତୃପକ୍ଷ ୩-୩ଥର ଅପିଲ ଶୁଣାଣୀ ତାରିଖ ଧାର୍ଯ୍ୟ କରି ଅପିଲ ଶୁଣାଣୀ କରିନଥିଲେ।ଏହାପରେ ଜିତେନ୍ଦ୍ର ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଦ୍ଵିତୀୟ ଅପିଲ କରିବା ସତ୍ତ୍ୱେ ଏହି କେସ୍ ୨-୨ଥର ଶୁଣାଣୀ ହୋଇ ସାରିଲାଣି ତଥ୍ୟ ଦେବା ପରିବର୍ତ୍ତେ କଟକ ମହାନଗର ନିଗମ ବିଭାଗୀୟ ଅଧିକାରୀ ଅର୍ବାନହାଟ ଫାଇଲ ଖୋଜାଖୋଜି କରି ମିଳୁନାହିଁ ବୋଲି ଚିଠିନଂ-୭୦୭୮/ ତା-୦୭.୦୭.୦୭.୨୬ ରିଖରେ ଲିଖିତ ଜଣାଇଥିବା ଜଣାପଡିଛି। ଅର୍ବାନହାଟ ଫାଇଲ କଟକ ମହାନଗର ନିଗମରୁ ଗାଏବ ହେବା ଘଟଣା ଏକ ଆଶ୍ଚର୍ଯ୍ୟର ବିଷୟ ପାଲଟିଥିବା ବେଳେ ବିଭାଗୀୟ ଅଧିକାରୀ ଅନିୟମିତତା ଓ ଦୁର୍ନୀତି ଲୁଚାଇବା ପାଇଁ ଏଭଳି କରିଥିବା ଅଭିଯୋଗ କରିଛନ୍ତି ଜିତେନ୍ଦ୍ର। ଅର୍ବାନହାଟ ଆରମ୍ଭରୁ ପିଣ୍ଡି ଆବଣ୍ଟନ,ଥଇଥାନ ଓ ପିଣ୍ଡିରୁ ୟୂର୍ଜସ ଫି ଆଦାୟରେ ବ୍ୟାପକ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ସହ କାଉନସିଲରେ ହୋହାଲ୍ଲା ହେଉଥିବା ବେଳେ ଶେଷରେ ଫାଇଲ ହଜିଯାଇଥିବା ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଜିତେନ୍ଦ୍ର।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق