ଢେଙ୍କାନାଳରେ ସ୍ମାର୍ଟ ମିଟରକୁ ଜୋରଦାର ବିରୋଧ।ତାତିଲେ ଲୋକ ଭାଙ୍ଗିଲେ ସ୍ମାର୍ଟ ମିଟର।
ଢେ଼ଙ୍କାନାଳରେ ସ୍ମାର୍ଟ ମିଟର ସ୍ଥାପନକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ସାମ୍ନାକୁ ଆସିଛି ଆଲୋଚନାର ବାଟ ପାଇଲେ। ଟାଟା ପାୱାର ଏବଂ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।ଢେଙ୍କାନାଳ ସହରର କୁଞ୍ଜକାନ୍ତ ଅଞ୍ଚଳରେ ଟାଟା ପାୱାରର ପ୍ରାୟ ୩୦ରୁ ୪୦ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କର ସ୍ମାର୍ଟ ମିଟର ଜବରଦସ୍ତି ଲଗା ଯାଉଥିବା ଅଭିଯୋଗ କରି ବିରୋଧ କରିଥିଲେ,ଖବର ପାଇ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ସେଠାରେ ପହଞ୍ଚି ସ୍ମାର୍ଟ ମିଟର ସ୍ଥାପନ ବିରୋଧରେ ପ୍ରତିବାଦ କରିଥିଲେ,ଏହି ସମୟରେ କିଛି ମିଟର ଓ ଏଲ୍ଟିଏସ୍ବି ବକ୍ସ ଭାଙ୍ଗି ଦିଆଯାଇଥିବାରୁ ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।ବିରୋଧ ପରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଟାଟା ପାୱାରର ଢେଙ୍କାନାଳ ସର୍କଲ ଅଧିକ୍ଷଣ ଯନ୍ତ୍ରୀ, ବିଭାଗୀୟ ଅଧିକାରୀ, ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଏବଂ ଜିଲ୍ଲା ଓକିଲ ସଂଘର ସଦସ୍ୟମାନଙ୍କୁ ନେଇ ଏକ ଶାନ୍ତିପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ସ୍ମାର୍ଟ ମିଟର ସ୍ଥାପନ,ଉପଭୋକ୍ତାଙ୍କ ସହମତି,ସଚେତନତା ଓ ବିଦ୍ୟୁତ ବ୍ୟବସ୍ଥାର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା, କମିଟିର ଦାବି ଅନୁସାରେ,ପ୍ରଥମେ ଆବଶ୍ୟକ ଭିତ୍ତିଭୂମିର ବିକାଶ ଏବଂ ଲୋକଙ୍କୁ ସଚେତନ କରାଯିବା ପରେ ସ୍ମାର୍ଟ ମିଟର ସ୍ଥାପନ କରାଯିବା ଉଚିତ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق