BREAKING
Loading...
:

ପୁଣି ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳ ଧଡେଲ ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ !

 ପୁଣି ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳ ଧଡେଲ ଗ୍ରାମରେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ   !



ଲାଞ୍ଜିଗଡ , କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ  ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି ହାତୀପଲ  l ଏହି ଭଲି ଏକ ଅଭାବନୀୟ ଘଟଣା ଘଟିଛି ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଧଡେଲ ଗାଁ ରେ। ସୂଚନା ମତେ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଧଡେଲ  ଗାଁର ନୀଳ ମାଝୀଓ କ୍ରିଷ୍ଣା ମାଝୀ ଙ୍କ ଘର ଭାଙ୍ଗିଛୀନ ଛତର କରିଦେଇ ଛନ୍ତି  !ହେଲେ ବିଳମ୍ବିତ ରାତିରେ ଦାନ୍ତା ହାତୀ ପଲ ଧଡେଲ ଜଙ୍ଗଲରୁ ଗାଁ ମୁହାଁ ହୋଇ  ଏହି ଭଳି ବର୍ବରତା କାଣ୍ଡ ଘଟାଇ ଥିଲେ l ଗର୍ଜନ ଶୁଣି ଦୁଇ ପରିବାର ଜୀବନ ବଞ୍ଚାଇ ବା ବିକଳରେ ଘର ଛାଡି ନିକଟସ୍ଥ ପୋଡ଼ସୀ ଘରେ କୁ ପଳାଇବାରୁ ଅଳ୍ପକେ  ବର୍ତ୍ତୀ ଯାଇଥିଲେ ହେଲେ ସକାଳୁ ଘରକୁ ଆସିକି ଦେଖିଲା ବେଳକୁ ଏପଟେ ସର୍ବସ୍ୱାନ୍ତ କରି ନୀଳ ଓ କ୍ରିଷ୍ଣା ମାଝୀ ଙ୍କ ଘର ସମ୍ପୂର୍ଣ ଭାଙ୍ଗିବା ସହିତ ଧାନ,ଚାଉଳ, ମାଣ୍ଡିଆ, ବିରି ଓ ଆସବା ପତ୍ରକୁ ମାଡି ଚକଟି ଦେଇଥିବା ଦେଖିବାକୁ ମିଳିଛି l ବର୍ତମାନ ହାତୀପଲ ଗାଁ ନିକଟରେ ଥିବା ଧଡେଲ ଜଙ୍ଗଲରେ ରହିଥିବା ବେଳେ ଲୋକେ  ବେନଗାଁ ଠାରୁ ମୁସାନାଳ ଦେଇ ସେହି ରାସ୍ତାରେ ଯାତାୟାତ ପାଇଁ ଭୟଭୀତ ହୋଇପଡିଛନ୍ତି l  ଘଟଣା ସ୍ଥଳକୁ ବନବିଭାଗ ର  କର୍ମଚାରି ଆସି ଜାଞ୍ଚ କରିଛନ୍ତି   lତେବେ ଉକ୍ତ ଅଞ୍ଚଳରେ ଏହି ଭଲି ଘଟଣା ବାରମ୍ବାର ଘଟୁଥିବା ବେଳେ କ୍ଷତିଗ୍ରସ୍ତ ପରି ବାର କୁ ସରକାର ପକ୍ଷରୁ କ୍ଷତିପୂରଣ ଦେବାକୁ ଦୁଇ ପରିବାର ଆକୁଳ ନିବେଦନ କରିଛନ୍ତି  !


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS