ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରାତନ ଛାତ୍ରଛାତ୍ରୀ ମାନେ ସ୍ମୁତିକୁ ମନେ ପକାଇଲେ
ଦଶପଲ୍ଲା ୧୯/୦୭ :- ଦଶପଲ୍ଲା ଏନ୍.ଏ.ସି ଅନ୍ତର୍ଗତ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କମିଟି ଦ୍ୱାରା ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୯୭୭ ମସିହା ଜୁଲାଇ ୦୧ ତାରିଖରେ ଅଞ୍ଚଳର ଉଚ୍ଚ ଶିକ୍ଷା ଲାଭ ନିମନ୍ତେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ନୟାଗଡ଼ ଜିଲ୍ଲାର ଦ୍ୱିତୀୟ ପୁରାତନ କଲେଜ ଓ ଏହାର ସୁନାମ ରହିଛି। ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପୁରାତନ ଛାତ୍ର ସଂଘ, ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହଯୋଗ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ନେଇ ସମାରୋହ ଉତ୍ସବକୁ ସଫଳ କରିବା ପାଇଁ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଜି ମୁଖ୍ୟ ଅତିଥି ଭାବରେ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟଦେବ ଗୌଡ଼, ସମ୍ମାନିତ ଅତିଥି ଭାବେ ଲେଖକ ହାଡ଼ିବନ୍ଧୁ ମହାଖୁଡ଼, ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସରୋଜ କୁମାର ପଣ୍ଡା ଆଜିର ବୈଠକ ପରିଚାଳନା କରିଥିଲେ। ଆସନ୍ତା ଡିସେମ୍ବର ମାସ ୧୧,୧୨ ଓ ୧୩ ତାରିଖରେ ହେବାକୁ ଥିବା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବ ନିମନ୍ତେ ଆଜି ବିଭିନ୍ନ କମିଟି ଗଠନ କରାଯାଇଥିଲା। ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କମିଟିର ସଭାପତି ହାଡ଼ିବନ୍ଧୁ ମହାଖୁଡ଼ ଓ ସମ୍ପାଦକ ପ୍ରଶାନ୍ତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ପରିଚାଳନା କମିଟିରେ ଶରତ ସାହୁ, ସଂଯୁକ୍ତା ଦାସ ଗୁପ୍ତା, ବିଘ୍ନେଶ୍ୱର ବେହେରା, ପ୍ରତାପ ବେହେରା, ପ୍ରଦୀପ ସିଂ ସାମନ୍ତ, ଆଲୋକ ସେନାପତି ଓ ସନ୍ତୋଷ ପଣ୍ଡା ସେହିପରି ଆର୍ଥିକ କମିଟିରେ ଗଙ୍ଗାଧର ନାୟକ, କିଶୋର ଚନ୍ଦ୍ର ସାହୁ, ସୂର୍ଯ୍ୟମଣି ଦାସ, ରାକେଶ ମହାନ୍ତି ଓ ରଜତ ମହାନ୍ତି, ପ୍ରଶାନ୍ତ ସାହୁ ସାଂସ୍କୃତିକ କମିଟିରେ ତ୍ରିନାଥ ସାହୁ, ପଞ୍ଚାନନ ବେହେରା, କୁରେଶ ସାହୁ ଓ ସୁଭାଶିଷ ସାହୁ ପଚାର ପ୍ରସାର କମିଟିରେ ପ୍ରଶାନ୍ତ ସାହୁ, ଆଲୋକ ବେହେରା, ସତ୍ୟନାରାୟଣ ସାହୁ, ସୁଶାନ୍ତ ସାହୁ, ଆଲୋକ ସେନାପତି, ଜିତେନ୍ଦ୍ର ସ୍ୱାଇଁ ଓ ବଳଭଦ୍ର କର ପ୍ରମୁଖ ଓ ଅନ୍ୟ ବିଭାଗ ପରିଚାଳନା କମିଟି ପାଇଁ ମଧ୍ୟ ସକ୍ରିୟ ସଦସ୍ୟ ଚୟନ କରାଯାଇଥିଲା। ମହାବିଦ୍ୟାଳୟର ସ୍ମରଣିକା ନିମନ୍ତେ ଲେଖା, ୫୦ ବର୍ଷର କଲେଜ ପରିଚାଳନା କମିଟି, ବିଭିନ୍ନ ଉତ୍ସବ ଗୁଡିକର ଫଟୋ ସଂଗ୍ରହକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ଜୟନ୍ତୀ ଅବ୍ୟବାହିତ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା କରାଯିବ, ମହାବିଦ୍ୟାଳୟର ପୁରାତନ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୁରାତନ ଛାତ୍ର ସାଂସଦ ନେତା, କୃତି ଛାତ୍ର ଓ କଳାକାରଙ୍କୁ ସ୍ୱତନ୍ତ୍ର ଭାବେ ସଂମ୍ମାନିତ କରାଯିବ। ପ୍ରତି ବ୍ୟାଚର ମିଶି ୫୦ ଗୋଟି ତୋରଣ ନିର୍ମାଣ କରାଯିବ, ପୁରାତନ ଛାତ ଓ ବର୍ତ୍ତମାନ ଛାତ୍ରଙ୍କୁ ନେଇ ଏଇ ମାଟିର ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଦୁଇଟି ନାଟକ ମଞ୍ଚସ୍ଥ ହେବ ଅତିଥି ଭାବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବାଚସ୍ପତି,ମନ୍ତ୍ରୀ ମଣ୍ଡଳ ସଦସ୍ୟ, ସାଂସଦ, ବିଧାୟକ ଶିକ୍ଷବିତ ତଥା ବିଶିଷ୍ଟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯିବାକୁ ନିଷ୍ପତି ହୋଇଛି। ମହୋତ୍ସବ ଭବ୍ୟ ଓ ଦିବ୍ୟ ହେବ ସେଥିପାଇଁ ଅଧ୍ୟକ୍ଷ ସହଯୋଗ କାମନା କରିଥିଲେ। ପ୍ରଥମେ ମହାବିଦ୍ୟାଳୟର ପ୍ରତିଷ୍ଠାତା ବୃନ୍ଦାବନ ସୁବୁଦ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯଇଥିଲା। ଶତାଧିକ ଛାତ୍ର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଆଗାମୀ ୦୩ ଦିନ ଧରି ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସଙ୍ଗୀତ, ନୃତ୍ୟ ଓ ଦଳଗତ ନାଟକ ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
ମଣିଭଦ୍ରା ଖବର, ଦଶପଲ୍ଲା



إرسال تعليق