BREAKING
Loading...
:

ଓଡ଼ିଆ ବୁଢ଼ାପଦର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ରେ ତୁମାଣ୍ଡି ୟଙ୍ଗଷ୍ଟାର୍ ଦଳ ବିଜୟୀ

 ଓଡ଼ିଆ ବୁଢ଼ାପଦର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ରେ ତୁମାଣ୍ଡି ୟଙ୍ଗଷ୍ଟାର୍ ଦଳ ବିଜୟୀ



ଦଶପଲ୍ଲା ୧୯/୦୬ :- ଦଶପଲ୍ଲା ବ୍ଲକ୍ ସରିଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ଓଡ଼ିଆ ବୁଢ଼ାପଦର ଠାରେ ବାବା ଲୋକନାଥ କ୍ରିକେଟ୍ କ୍ଲବ ଦ୍ୱାରା ଆୟୋଜିତ, "ଓଡ଼ିଆ ବୁଢ଼ାପଦର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ - ୨୦୨୬" ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସରିଗଣ୍ଡା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହରିହର ନାୟକ ଯୋଗ ଦେଇଥିଲେ। ଆଜି ଫାଇନାଲ ର ପ୍ରଥମ ମ୍ୟାଚ୍ ରେ ତୁମାଣ୍ଡି ୟଙ୍ଗଷ୍ଟାର୍ କ୍ରିକେଟ୍ କ୍ଲବ୍ ୧୧ ଦଳ ୧୦ ଓଭରରେ ମୂଲ୍ୟବାନ୍ ୦୯ ଗୋଟି ୱିକେଟ୍ ହରାଇ ୧୨୩ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ବୁଢ଼ାପଦର କ୍ରିକେଟ୍ କ୍ଲବ୍ ୧୧ ଦଳ ୧୦ ଓଭରରେ ମୂଲ୍ୟବାନ୍ ୦୮ ଗୋଟି ୱିକେଟ୍ ହରାଇ ୭୮ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଟି ତୁମାଣ୍ଡି ୟଙ୍ଗଷ୍ଟାର୍ କ୍ରିକେଟ୍ କ୍ଲବ୍ ଦଳ ବିଜୟ ଲାଭ କରିଥିଲା। ଏହି ଦଳର ଦୀପକ ୧୭ ବଲ୍ ରେ ଧୂଆଁଧାର ୩୫ ରନ୍ ସଂଗ୍ରହ କରିଥିଲେ।


ବାବା ଲୋକନାଥ କ୍ରିକେଟ୍ କମିଟିର ସିଲୁ, ସୀତାରାମ, ସାଧୁ, ଦୀପକ, ଆଲୋକ ଓ ଆନନ୍ଦ ପ୍ରମୁଖ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।


ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS