ଖଣ୍ଡପଡ଼ା ନବଘନ ଗୋଛି ମେମୋରିଆଲ୍ କପ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ରେ ଦଶପଲ୍ଲା ଗଡ଼ ରାଜେଶ୍ୱରୀ କ୍ରିକେଟ ଦଳ ବିଜୟୀ
ଦଶପଲ୍ଲା ୨୨/୦୬ :- ଦଶପଲ୍ଲା ଏନ୍.ଏ.ସି ଅନ୍ତର୍ଗତ ୧୬ ନଂ ୱାର୍ଡ ଖଣ୍ଡପଡ଼ା ଠାରେ ମା ମଙ୍ଗଳା କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ, "ନବଘନ ଗୋଛି ମେମୋରିଆଲ୍ କପ୍ ଟୁର୍ଣ୍ଣାମେଣ୍ଟ - ୨୦୨୬" ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, କାଉନସିଲର ଚିତ୍ତରଞ୍ଜନ ଗୋଛି ଓ ବିଜେଡ଼ି ଛାତ୍ର ଉପ ସଭାପତି ଆଲୋକ ବେହେରା ଯୋଗ ଦେଇଥିଲେ। ଆଜି ଫାଇନାଲ ର ପ୍ରଥମ ମ୍ୟାଚ୍ ରେ ଖଣ୍ଡପଡ଼ା ମା ମଙ୍ଗଳା କ୍ରିକେଟ୍ କ୍ଲବ୍ ୧୧ ଦଳ ୧୦ ଓଭରରେ ମୂଲ୍ୟବାନ୍ ୧୦ ଗୋଟି ୱିକେଟ୍ ହରାଇ ୯୧ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଦଶପଲ୍ଲା ଗଡ଼ ରାଜେଶ୍ୱରୀ କ୍ରିକେଟ୍ କ୍ଲବ୍ ୧୧ ଦଳ ୦୬ ଓଭରରେ ମୂଲ୍ୟବାନ୍ ୦୪ ଗୋଟି ୱିକେଟ୍ ହରାଇ ୯୩ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଟି ଗଡ଼ ରାଜେଶ୍ୱରୀ କ୍ରିକେଟ୍ ଦଳ ବିଜୟ ଲାଭ କରିଥିଲା। ଏହି ଦଳର ଅମିତ୍ କୁମାର ସାହୁ ୦୯ ବଲ୍ ରେ ଧୁଆଁଧାର ୨୫ ରନ୍ ସଂଗ୍ରହ କରିଥିଲେ।
ମା ମଙ୍ଗଳା କ୍ରିକେଟ୍ କ୍ଲବ୍ କମିଟିର ଅମିତ୍ କୁମାର ଗୋଛି, ସୁନିଲ୍ କୁମାର ଗୋଛି, ଅଭିନାଶ ହୋତା, ଅଜୟ କୁମାର ବେହେରା, ପ୍ରମୋଦ କୁମାର ସାହୁ, ସୂର୍ଯ୍ୟକାନ୍ତ ବେହେରା, ସୁଶାନ୍ତ କୁମାର ଗୋଛି, ସୁଜିତ୍ କୁମାର ଦାସ, ରାଜେଶ ବେହେରା ଓ ଦିନେଶ କୁମାର ମେଦିନିରା ପ୍ରମୁଖ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق