BREAKING
Loading...
:

ପାନୀୟ ଜଳ ପାଇଁ ନଙ୍ଗଲବେଡା ଗ୍ରାମବାସୀଙ୍କ ରାସ୍ତା ଅବରୋଧ,

 ପାନୀୟ ଜଳ ପାଇଁ ନଙ୍ଗଲବେଡା ଗ୍ରାମବାସୀଙ୍କ ରାସ୍ତା ଅବରୋଧ,



ପ୍ରତିଶୃତିର ପରେ ଦୀର୍ଘ ଚାରିଘଣ୍ଟା ପରେ ଅବରୋଧ ହଟିଲା


(ଲାଞ୍ଜିଗଡ,)-: ଲାଞ୍ଜିଗଡ ବ୍ଳକ ଛତ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଙ୍ଗଲବେଡା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଥିବା ବେଳେ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ  ସକାଳ ୭ ଘଣ୍ଟା ସମୟରୁ ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ହାଣ୍ଡି, ଗରI,ବାଲଟି ରଖି ପ୍ରତିବାଦ କରିଛନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିବା ବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନାନୁସାରେ ନଙ୍ଗଲବେଡା ଗାଁରେ ବସୁଧା ଜଳଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇଛି କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବିଭିନ୍ନ ଜାଗାରେ ପାଇପ ଲିକେଜ ହେବାର ଦେଖାଦେଇଥିଲା ତେଣୁ ଜଳ ଯୋଗାଣ ବନ୍ଦ ହୋଇଯାଇଥିଲା  ନଙ୍ଗଲବେଡା ଗ୍ରାମର ୧୪ ପଡା ରହିଥିବା ବେଳେ ପ୍ରାୟ ୩ ଶହ ପରିବାର ପ୍ରାୟ ୧ ହଜାରରୁ ଉର୍ଧ୍ଵ ଜନ ସଂଖ୍ୟା ରହିଥିବା ବେଳେ ନିର୍ଦ୍ଧିଷ୍ଟ ଭାବେ ନଳକୂପ ବ୍ୟବସ୍ଥା ଥିଲେ ମଧ୍ୟ ଜଳ ସଙ୍କଟ ଦେଖା ଦେଇଛି। ନଙ୍ଗଲବେଡା ଗ୍ରାମବାସୀ ପୂର୍ବରୁ ମଧ୍ୟ ଏହି ପାନୀୟଜଳ ସମସ୍ୟାକୁ ନେଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ କେହି ନଶୁଣିବାରୁ ଶେଷରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ବୋଲି ଗ୍ରାମବାସୀ ଜଣାଇଛନ୍ତି l ଏମିତି ବାରମ୍ବାର ଅଭିଯୋଗ ପରେ ବି କୌଣସି ପ୍ରକାର ସମସ୍ୟାର ସମାଧାନ ନ ହେବାରୁ ବାଧ୍ୟ ହୋଇ ଗ୍ରାମବାସୀ ସମସ୍ତେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାଣ୍ଡି, ଗରI,ବାଲଟି ରଖି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି l ଲାଞ୍ଜିଗଡ଼ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଏଏସଆଇ ମୋହନ ପରଜା ପୋଲିସ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ I ଖବର ପାଇ ଜଳ ଯୋଗାଣ ଯନ୍ତ୍ରୀ ଦଶମନ୍ତ ମାଝୀ ଘଟଣା ସ୍ଥଳରେ ପହଞ୍ଚି  ସେଥ।ରେ ଜଥାସିଘ୍ର ବସୁଧା ପାଇପ ଗୁଡିକୁ ଯାଞ୍ଚ କରି ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଯନ୍ତ୍ରୀ ପ୍ରତିଶୃତି ଦେଲା ପରେ ରାସ୍ତା ଅବରୋଧ ହଟିଲା I ଦୀର୍ଘ ୪ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଲା ପରେ ରାସ୍ତାରେ ଚଳାଚଳ ସ୍ୱାଭାବିକ ହେଲା I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS