BREAKING
Loading...
:

ଗ୍ରାମ୍ୟ ଉନ୍ନୟନ ବିଭାଗ ର ୪ଟି ନୂତନ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

 ଗ୍ରାମ୍ୟ ଉନ୍ନୟନ ବିଭାଗ ର ୪ଟି ନୂତନ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ



 

(ବୌଦ୍ଧ :-:)ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ଗୋଟି ନୂତନ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହ  ଅନୁଷ୍ଠିତ ହୋଇ ଯାଇଛି | ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେସମ୍ମାନିତ ଅତିଥି ଭାବରେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲlପରିଷଦ ଉପସଭାପତି ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରାକେଶ ତ୍ରିପାଠି ଯୋଗ ଦେଇଥିଲେ l ଆରଡ଼ି ବିଭାଗ ଏସଡ଼ିଓ ଶାଗୁ ନାଏକ, କନିଷ୍ଠ ଯନ୍ତ୍ରୀ ଶ୍ୟାମ ସୁନ୍ଦର ହେମ୍ବ୍ରମଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ | ବିଳାସପୁର ଠାରୁ ବିଚକା, ମନମୁଣ୍ଡା ଠାରୁ ଟିଲାଟିଙ୍ଗା, ବାଗଡିଆ ଠାରୁ କସୁରବନ୍ଧଏବଂ ଏନ ଏଚ ୫୭ ଠାରୁ ଅମୂରଡା ମହାନଦୀ ଫେରିଘାଟ ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS