BREAKING
Loading...
:

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ ମୃତ୍ୟୁପରେ ଗାଁକୁ ଫେରିଲା ଶବ

 ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ 

ମୃତ୍ୟୁପରେ ଗାଁକୁ ଫେରିଲା ଶବ *



ଲାଞ୍ଜିଗଡ -; କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ସ୍ୱତେ ମଧ୍ୟ ଦୁର୍ଗମ ତଥା ଗ୍ରାମାଞ୍ଚଳ ମାନଙ୍କରେ ଆବଶ୍ୟକ କର୍ମ ନିଯୁକ୍ତି ପହଞ୍ଚିପାରୁନି ଯାହାଫଳରେ  ପେଟ ପାଟଣା ତଥା ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଇ ଅନେକ ଯୁବଙ୍କ ମୃତ୍ୟୁ ଘଟୁଥିବା ବେଳେ  ପୁଣି କେରଳରୁ ଜଣେ ଶ୍ରମିକଙ୍କ ଶବ ନିଜ ଭିଟାମାଟିକୁ ପହଞ୍ଚିଛି l ସୂଚନାନୁଶାରେ ସେକିଛି ମାସ ତଳେ କେରଳର ତ୍ରିଶୂର ର ଏକ କ୍ରସରରେ ଦାଦନ ଖଟୁଥିଲେ ହେଲେ କୌଣସି କାରଣ ବଶତଃ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଲାଞ୍ଜିଗଡ ବ୍ଲକ ପାହାଡ ପଦର ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜାମ ଗାଁର ସନାଙ୍ଗ ମାଝୀଙ୍କ ପୁଅ ବିସ୍ମ ମାଝୀ (୨୯) କିଛି ମାସ ତଳେ ଗାଁ ଲୋକଙ୍କ ସମେତ ପେଟ ପାଟଣା ପାଇଁ  କେରଳକୁ ଯାଇଥିଲେ ,ହେଲେ  କୌଣସି କାରଣ ବଶତଃ ତାଙ୍କ ମୃତ୍ୟୁ ହୋଇଥିବା ବେଳେ  ତାଙ୍କ ମୃତ ଦେହ ଗାଁକୁ ପହଞ୍ଚିଥିଲା l ମୃତ ଦାଦନ ଶ୍ରମିକ ଏକ ମାତ୍ର ରୋଜଗାର କ୍ଷମ ହୋଇଥିବା ବେଳେ ତାଙ୍କର ଏକ ୩ବର୍ଷର  ସନ୍ତାନ ଶହ ସ୍ତ୍ରୀ ଏବଂ ବୃଦ୍ଧ ପିତାମତା ରହିଛନ୍ତି l ତେଵେ  ରୋଜଗାରିଆ ପୁଅକୁ ହରାଇ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଶୋକାକୁଳ ପରିବେଶରେ ଗାଁ ମସାଣିରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS