ଢେଙ୍କାନାଳ ସହର ରେ ଗୁଟଖା ଦୋକାନୀ ଙ୍କ ଠାରୁ ଜୋରିମାନା ଆଦାୟ।
ଢେଙ୍କାନାଳ:-
ଢେଙ୍କାନାଳ ସହରରେ ବିଭିନ୍ନ ଗୁଟଖା ଦୋକାନ ଉପରେ ଚଢାଉ କରାଯାଇଥିଲା।ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ,ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ସହଯୋଗରେ ସହର ମଧ୍ୟରେ ଥିବା ବିଭିନ୍ନ ଗୁଟକା ଦୋକାନ ଉପରେ ଚଢାଉ କରାଯାଇଥିଲା। ବେନିୟମ ଭାବେ ବିକ୍ରି କରୁଥିବା ବିଭିନ୍ନ ଦୋକାନରୁ ଗୁଟକା ପ୍ୟାକେଟ୍ ଜବତ କରାଯାଇଥିଲା।କିଛି ଦୋକାନୀ ଙ୍କ ଉପରେ ଜୋରିମାନା ଲଗାଯାଇ ଅର୍ଥ ଆଦାୟ କରାଯାଇଛି।ତେବେ ଚୋରା ରେ ହେଉ କି ଖୋଲା ମେଲା ରେ ମଦ,ଗଞ୍ଜେଇ,ଡ୍ରଗ୍ସ ଆଦି ବେପାର ଉପରେ ରୋକ୍ ଲଗାଇବାକୁ ସରକାର ଅକ୍ଷମ ଥିବା ବେଳେ କାଣୀ ବିଲେଇ ର କୁଜି ଅସରପା ଉପରେ ଦାଉ ସାରିବା ଭଳି ସରକାର ଙ୍କର କେବଳ ଛୋଟ ମୋଟ ଦୋକାନ ଉପରେ ଚଢାଉ କରାଯାଉଥିବାରୁ ବିଭିନ୍ନ ସ୍ଥାନରେ ଏହାକୁ ଦୋକାନୀ ମାନେ ବିରୋଧ କରିବା ସହିତ ଅସନ୍ତୁଷ୍ଟ ହେଉ ଥିବାର ଦେଖିବାକୁ ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق