ଦ୍ଵାରଗାଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ରେ ମଧ୍ୟଖଣ୍ଡ ରେଡ଼ ଷ୍ଟାର୍ କ୍ରିକେଟ୍ ଦଳ ବିଜୟୀ
ଦଶପଲ୍ଲା ୨୦/୦୬ :- ଦଶପଲ୍ଲା ବ୍ଲକ୍ ଡିହଗାଁ ପଞ୍ଚାୟତ ଅନ୍ତର୍ଗତ ଦ୍ୱାରଗାଁ ଠାରେ ପ୍ରୋଗ୍ରେସ୍ କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ, "କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ - ୨୦୨୬" ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ବିଜେଡ଼ି ବ୍ଲକ୍ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଡିହଗାଁ ପଞ୍ଚାୟତ ସରପଞ୍ଚ ବରୁଣ ପାତ୍ର, ଡିହଗାଁ ପଞ୍ଚାୟତର ସମାଜସେବୀ ଫକୀର ମୋହନ ଦଳେଇ, ସରିଗଣ୍ଡା ପଞ୍ଚାୟତ ସମିତି ସଭ୍ୟ ଅମୀୟ କୁମାର ନାୟକ, ନଛିପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ବେହେରା ଓ ଗ୍ରାମର ଶ୍ରୀଧର ପ୍ରଧାନ ଯୋଗ ଦେଇଥିଲେ। ଆଜି ଫାଇନାଲ ର ପ୍ରଥମ ମ୍ୟାଚ୍ ରେ ରେଡ଼ ଷ୍ଟାର୍ କ୍ରିକେଟ୍ କ୍ଲବ୍ ୧୧ ଦଳ ୧୨ ଓଭରରେ ମୂଲ୍ୟବାନ୍ ୦୭ ଗୋଟି ୱିକେଟ୍ ହରାଇ ୧୪୨ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଜାନିସାହି ଫ୍ରେଣ୍ଡଶିପ୍ କ୍ରିକେଟ୍ କ୍ଲବ୍ ୧୧ ଦଳ ୧୨ ଓଭରରେ ମୂଲ୍ୟବାନ୍ ୦୯ ଗୋଟି ୱିକେଟ୍ ହରାଇ ୧୦୧ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଟି ରେଡ଼ ଷ୍ଟାର୍ କ୍ରିକେଟ୍ ଦଳ ବିଜୟ ଲାଭ କରିଥିଲା।
ଦ୍ୱାରଗାଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କମିଟିର ଅରୁଣ ନାୟକ, ରାଜେଶ ପ୍ରଧାନ, ପବିତ୍ର ନାୟକ, ପ୍ରବୀଣ ସାହୁ, ଜ୍ଞାନ ରଞ୍ଜନ ଜେନା, ଜ୍ୟୋତିରଞ୍ଜନ ଜେନା, ପ୍ରିୟରଞ୍ଜନ ଦାସ, ପବିତ୍ର ପରିଡ଼ା ଓ ମିଥୁନ ଗୁରୁ ପ୍ରମୁଖ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା


إرسال تعليق