BREAKING
Loading...
:

ମୌସୁମୀ ଆଗମନ ନେଇ IMDର ବଡ଼ ଆକଳନ: ୨୬ରେ ଛୁଇଁବ କେରଳ......*

 *ମୌସୁମୀ ଆଗମନ ନେଇ IMDର ବଡ଼ ଆକଳନ: ୨୬ରେ ଛୁଇଁବ କେରଳ......*





ନୁଆଦିଲ୍ଲୀ,-: ଭାରତୀୟ ପାଣିପାଗ ବିଭାଗ(IMD) ଏକ ବଡ଼ ଆକଳନ କରିଛି। ଆସନ୍ତା ମେ' ୨୬ କିମ୍ବା ୨୭ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହା ଦେଶବାସୀ ଏବଂ ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେବ।ଆସନ୍ତା ମେ' ୨୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ।

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଶୁକ୍ରବାର ଏହି ଗୁରୁତ୍ୱପୂର୍ଣ୍ଣ ଆକଳନ କରାଯାଇଛି। ସ୍ବାଭାବିକ ସମୟ ଅର୍ଥାତ୍‌ ଜୁନ ୧ ତାରିଖର ପ୍ରାୟ ୬ ଦିନ ପୂର୍ବରୁ ମୌସୁମୀ ଭାରତରେ ପ୍ରବେଶ କରିବାକୁ ଯାଉଛି।


ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହି ଆକଳନରେ ପ୍ଲସ କିମ୍ବା ମାଇନସ ୪ ଦିନ ତ୍ରୁଟି ମାର୍ଜିନ ରହିଥାଏ, ଯାହାର ଅର୍ଥ ମେ' ୨୨ରୁ ୩୦ତାରିଖ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ ବୋଲି କୁହାଯାଇଛି।


ଭାରତୀୟ ପାଣିପାଗ ବିଭାଗ ୨୦୦୫ରୁ ଏକ ସ୍ବତନ୍ତ୍ର ପରିସଂଖ୍ୟାନ ମଡେଲ ବ୍ୟବହାର କରି କେରଳରେ ମୌସୁମୀ ଆଗମନର ସଠିକ ଆକଳନ କରିଆସୁଛି। ଭାରତ ମହାସାଗର, ପ୍ରଶାନ୍ତ ମହାସାଗର

ର ପବନର ଗତିପଥ ଏବଂ ଉତ୍ତର-ପଶ୍ଚିମ ଭାରତର ତାପମାତ୍ରାକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS