ଶୁଲିଆ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାରଣାସ୍ତ୍ର ସହ ୪ସନ୍ଦିଗ୍ଧ ଗିରଫ
ବୌଦ୍ଧ- :ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଶୁଲିଆ ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ୪ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି କଣ୍ଟାମାଳ ପୁଲିସ l ସେମାନଙ୍କ ନିକଟରୁ ୪ଟି ବାଇକ, ୬ଟି ମୋବାଇଲ୍,ଗୋଟିଏ ଛୁରୀ, ଲୁହା ଛଡ, ଲୁହା ପାଇପ, ଦଉଡି ସହ ମଦ, ସିଗାରେଟ ଆଦି ନିଶା ଦ୍ରବ୍ୟ ପୁଲିସ୍ ଜବତ କରିଛି | ଘଟଣା ସ୍ଥଳରୁ ସାନମନମୁଣ୍ଡା ଗ୍ରାମର ବିଶୀ କେସନ ବାଘ, ବାଘମୁଣ୍ଡା ଗ୍ରାମର ଆଲୋକ ଦଳବେହେରା, ପିପିଲିପାଲି ଗ୍ରାମର ଭୁବନ ଥପା, ଟାଙ୍ଗିଆ ପାଲି ଗ୍ରାମର ଧରଣୀ ମହାକୁଡ ଙ୍କୁ ଧରିବାରେ କଣ୍ଟାମାଳ ପୁଲିସ ସଫଳ ହୋଇଥିଲା l ସେହିପରି ଫେରାର ମାରିଥିବା ଦୁଇ ବ୍ୟକ୍ତି ପିପିଲି ପାଲି ଗ୍ରାମର ସୁବ୍ରତ ପ୍ରଧାନ ଓ ବଘିଆ ବାହାଲ୍ ଗ୍ରାମର ପୁର୍ଣ୍ଣ ଚନ୍ଦ୍ର କ୍ଷେତି ବୋଲି ତଦନ୍ତରୁ ଜଣା ପଡିଥିବା ଏସ ପି ରାହୁଲ୍ ଗୋୟଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق