ବେଆଇନ ବନ୍ଧୁକ ରଖି ଗିରଫ ହେଲେ ଯୁବକ,
ବୌଦ୍ଧ ,କନ୍ଧମାଳ- ବୌଦ୍ଧର ସିମାନ୍ତ ଅଞ୍ଚଳ ଘଣ୍ଟାପଡ଼ା ଥାନା ଅଞ୍ଚଳର ଉମା ପଞ୍ଚାୟତ ସମାଡାଙ୍କି ଗ୍ରାମର ନମସ୍ତ ବଗାର ଙ୍କ ଘରୁ ଏକ ଦେଶୀ ବନ୍ଧୁକ ଠାବ କରି ଗିରଫ କରିଛି ଘଣ୍ଟାପଡ଼ା ପୁଲିସ I ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଘଣ୍ଟାପଡ଼ା ପୁଲିସ ନମସ୍ତ ଙ୍କ ଘରେ ଚଢଉ କରିଥିଲା। ତାଙ୍କ ଘରୁ ଏକ ବେଆଇନ ଦେଶି ବନ୍ଧୁକ ଜବତ କରି ଏକ ମାମଲା ରୁଜୁ କରି କେସ ନଂ-୯୪/୨୬ ଓ ୨୫ ଆର୍ମ ଆକ୍ଟରେ ଅଭିଯୁକ୍ତ ନମସ୍ତ ବଗାରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ ସୌମ୍ୟରଞ୍ଜନ ପାତ୍ର ସୂଚନା ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق