BREAKING
Loading...
:

କଳାହାଣ୍ଡିରେ ପୁଣି ଦାଦନ ଯନ୍ତ୍ରଣା:ମୃତ୍ୟୁର ପାଞ୍ଚ ଦିନପରେ ଗାଁକୁ ଫେରିଲା ଶବ.

 କଳାହାଣ୍ଡିରେ ପୁଣି ଦାଦନ ଯନ୍ତ୍ରଣା:ମୃତ୍ୟୁର ପାଞ୍ଚ ଦିନପରେ ଗାଁକୁ ଫେରିଲା ଶବ.



କଳାହାଣ୍ଡି,-/:କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ପୁଣି ଜଣେ ଶବ ହୋଇ ଫେରିଛି ଦାଦନ ଶ୍ରମିକ।ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶଦକୁ ଦାଦନ ଖଟିବାକୁ ଯାଇଥିବାବେଳେ ଶ୍ରମିକଙ୍କ ମୃତ ଘଟିଛି।ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ରାଜ୍ୟର ନାଳଗୋପୁରମ ଥାନା ଆନନ୍ଦପୁରମ ଜିଲ୍ଲାର ଭାବନାନଗେଶ ଅଞ୍ଚଳରେ କାମ କରୁଥିଲେ।ତାଙ୍କ ରହୁଥିବା ସ୍ଥାନରେ   ସକାଳ ୧୦ ଘଣ୍ଟା ସମୟରେ ଗାଧେଇବା ପାଇଁ ଯାଇଥିଲେ ହେଁ ସେହି ସ୍ଥାନରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।ମୃତ ପୂର୍ବରୁ ନିଜ ସ୍ତ୍ରୀ ସହିତ କିଛି ସମୟ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ। ହେଲେ ଫୋନ୍ ରେ କଥା ହୋଇ କିଛି ସମୟ ପରେ ତୁମ ସ୍ୱାମୀର ମୃତ୍ୟୁ ହୋଇଛି ବୋଲି ଏକ ଫୋନ୍ ଆସିଥିଲା। ଫୋନ୍ ରେ ସ୍ୱାମୀର ମୃତ ଖବର ଶୁଣିବାପରେ ଚମକି ପଡ଼ିଥିଲେ ସ୍ତ୍ରୀ ଓ ପରିବାର।ସେ ପରିବାରରେ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରହିଥିବାବେଲେ ବର୍ତମାନ ସ୍ତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।ଏପଟେ ସ୍ତ୍ରୀ ସହିତ ଫୋନରେ କଥା ହୋଇ କିଛି ସମୟ ପରେ ହଠାତ କିପରି ସ୍ୱାମୀର ମୃତ୍ୟୁ ହେଲା।ଏହା ହତ୍ୟା କରାଯାଇଥିବା ସନ୍ଦେହରେ ସ୍ତ୍ରୀ ଓ ପରିବାର ବର୍ଗ।ମୃତ ବ୍ୟକ୍ତି ଜଣକ ହେଲେ ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ତଳରାଚୁଗୁଡା ଗ୍ରାମର ଦୁଃଖୀ ହରିଜନ ବୋଲି ଜଣାପଡ଼ିଛି।ଆନ୍ଧ୍ରପ୍ରଦେଶ ରାଜ୍ୟର ନାଳଗୋପୁରମ ଥାନାରେ  ଶବ ବ୍ୟବଚ୍ଛେଦ ପରେ  ଦିନ ୧୨ ଘଣ୍ଟିକା ସମୟରେ ଗାଁକୁ ପହଞ୍ଚିଥିଲା ଶବ। ଏନେଇ ନିଜ ଗାଁ ତଳରାଚୁଗୁଡ଼ାକୁ ଶବ ପହଞ୍ଚିବା ପରେ ଗାଁ ମଶାଣିରେ ଶବ ସତ୍କାର କରାଯାଇଥିବା ବେଲେ ପୁରା ଗାଁ ଶୋକାକୁଳ ପରିବେଶ ଖେଳି ଯାଇଥିବା ସହ ପରିବାରର କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ। ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ସହ ଛୋଟଛୋଟ ତିନି ପୁଅ ଓ ଗୋଟେ ଝୀଅ ରହିଛନ୍ତି।ପରିବାରରେ ଆଉ କେହି ନ'ଥିବାରୁ ଏବେ ସ୍ତ୍ରୀ ସୁଲୋଚନାଙ୍କ ମୁଣ୍ଡରେ ଉକ୍ତ ପୁଅ ଝିଅ ପ୍ରତିପୋଷଣର ଚିନ୍ତା।ତେବେ ସରକାର ତଥା ପ୍ରଶାସନ ପକ୍ଷରୁ କୌଣସି ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS