BREAKING
Loading...
:

ବ୍ରହ୍ମପୁର ମଣ୍ଡଳ ସ୍ତରୀୟ ନାରୀ ଶକ୍ତି ବନ୍ଦନ ଅଧିନିୟମ ର କଂଗ୍ରେସ,ବି ଜେ ଡି ବିରୋଧୁ ରେ ପ୍ରତିବାଦ ଶୋଭାଯାତ୍ରା।

 



ବ୍ରହ୍ମପୁର ମଣ୍ଡଳ ସ୍ତରୀୟ ନାରୀ ଶକ୍ତି ବନ୍ଦନ ଅଧିନିୟମ ର କଂଗ୍ରେସ,ବି ଜେ ଡି ବିରୋଧୁ ରେ ପ୍ରତିବାଦ ଶୋଭାଯାତ୍ରା।

ବ୍ରହ୍ମପୁର ,

ସଂସଦ ରେ 'ନାରୀ ଶକ୍ତି ବନ୍ଦନ ଅଧିନିୟମ ' କାଟ ଖାଇବା ପରେ ବିଜେପି ପକ୍ଷରୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଜନ ଆକ୍ରୋଶ ମହିଳା ଶୋଭାଯାତ୍ରା କରି ବିରୋଧୀ ଦଳ ଗୁଡିକ ମହିଳା ବିରୋଧୀ ବୋଲି ପ୍ରଚାର କରାଯାଉଛି l ଏବେ ପ୍ରତି ପଞ୍ଚାୟତ ସ୍ତରରେ ଯେପରି ଏହି ବାର୍ତ୍ତା ପହଁଞ୍ଚିବ ଏଥିପାଇଁ  ମଣ୍ଡଳ ସ୍ତର ରୁ ' ଜନଆକ୍ରୋଶ ମହିଳା ପଦଯାତ୍ରା ' ଆରମ୍ଭ ହୋଇଛି ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନ ବଜାର ମଣ୍ଡଳ,ଗସେଇନୂଆଗାଁ ମଣ୍ଡଳ,ଆସ୍କା ରୋଡ ମଣ୍ଡଳ ର ୱାର୍ଡ ନମ୍ବର ୧୨,୧୩,୧୪,୧୮,୧୯,୨୬,୨୭,୨୮,୨୫,୧,୨,୩,୪,୫,୬ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ମହିଳା କାଳ ବୈଶାଖୀ ର ବର୍ଷା ପବନ  ସତ୍ତ୍ୱେ ବିରୋଧୀ ଙ୍କ ଉପରେ ବିଭିନ୍ନ ନାରା ଦେଇ ସ୍ଥାନୀୟ ଖାଲା ସାହିି ଛକ ଠାରୁ  ଧର୍ମ ନଗର ଦେଇ ହାଉସିଂ ବୋର୍ଡ  ବିଜିପୁର କାଲୁଅ ମନ୍ଦିର,ଆସ୍କା ରୋଡ ଦଣ୍ଡକାଳୀ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା ରେ ଯାଇଥିଲେ। ଏହି ପଦ ଯାତ୍ରା ବିଧାୟକ  କେ ଅନିଲ କୁମାର ଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ଏଥିରେ ସାନ ବଜାର ମଣ୍ଡଳ ପ୍ରଭାରୀ ମନିତା ଦାଶ,  କର୍ପୋରେଟର ସବିତା ସାହୁ,ବର୍ଷା ବିଦୁସ୍ମିତା,ନାରୀ ନେତ୍ରୀ ସୁମତୀ ସେଠୀ, ପି ଭାରତୀ,ସନ୍ତୋଷିନି ଗଉଡ, ସନ୍ତୋଷୀ,ରବୀନ୍ଦ୍ର ସାହୁ,ଜଗନ୍ନାଥ ଜେନା, ବାଳକୃଷ୍ଣ ସାମନ୍ତରାୟ,ଗନ୍ନା ସ୍ୱାମୀ,ଶ୍ରୀକାନ୍ତ ସାହୁ,ବିଧାୟକ ଙ୍କ ପ୍ରତିନିଧି ଅଶୋକ ଶୁକ୍ଳ, ଏମ ଜଗଦୀଶ,ଗୋପାଳ ରଥ,ଅନୁପ ପଣ୍ଡା,ଙ୍କ ସମେତ ବହୁ ମହିଳା ଯୁବ ନେତା ଶିବ ୟାଦବ, ଭିକି ଆଚାରୀ ପ୍ରମୁଖ ଏହି ପଦ ଯାତ୍ରା ରେ ସାମିଲ ଥିଲେ।  ଏହାପରେ ଆଉ ଏକ ମଣ୍ଡଳ ରେଏହି ସଭାଜାତ୍ରା ହେବ, ମହିଳା ମାନଙ୍କୁ ସେମାନଙ୍କ ର ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଏହି ଲଢେଇ କୁ ଜାରି ରଖିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS