ପ୍ରଧାନଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଗଣିଆ (ମଣିଭଦ୍ରା ଖବର) କଣ୍ଟିଲୋ ପିଏମ୍ ଶ୍ରୀ କୁଞ୍ଜବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ନୂତନ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ବାସନ୍ତୀ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ କିଶୋର କୁମାର ପରମଗୁରୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିହର ଗୋଛୀ,ଓଷ୍ଟା ସଂଘର କର୍ମକର୍ତ୍ତା ପ୍ରଭାକର ମିଶ୍ର, ଅଯୋଧ୍ୟା ନାୟକ, ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।
ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଉପହାର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ତାଙ୍କ ଚାକିରି ଜୀବନ ବାପୁଜୀ ବିଦ୍ୟାପୀଠ ଢୋଲମରାରେ ଆରମ୍ଭ କରିଥିବା ବେଳେ ୨୦୨୦ ମସିହାରେ ପଦୋନ୍ନତି ପାଇ କୁଞ୍ଜବିହାରୀ ବିଦ୍ୟାପୀଠକୁ ଯାଇଥିଲେ । ସେ ଏକାଧାରରେ ଜଣେ ମିଷ୍ଟଭାଷୀ,ପରୋପକାରୀ, ଛାତ୍ର ବତ୍ସଳ ଶିକ୍ଷକ ଭାବେ ପରିଗଣିତ ଥିଲେ । ବିଦାୟୀ ଶିକ୍ଷକଙ୍କ ସମ୍ପର୍କରେ ଅତିଥି ମାନେ ଗୁଣଗାନ କରିଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିଜ ଗ୍ରାମ ଢୋଲମରାକୁ ଅଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଅଭିଭାବକ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ



إرسال تعليق