କଟକ ବଡମ୍ବାରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀର ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ...
କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ କରଡିବନ୍ଧ ଗ୍ରାମରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଶ୍ବଶୁର ଘରୁ ଜ୍ବାଇଁ ମନୋଜ ମଲ୍ଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରିଛି ବଡମ୍ବା ପୋଲିସ । ମୃତକ ମନୋଜଙ୍କ ଘର ହେଉଛି ନରସିଂହପୁର ବ୍ଲକ ଅନ୍ତର୍ଗତ ଅଲରା ଗ୍ରାମରେ । ସୂଚନା ଅନୁଯାୟୀ, ମନୋଜ ୨୦୨୧ ମସିହାରେ ବଡ଼ମ୍ବା ବ୍ଲକ କରଡି ବନ୍ଧ ଗ୍ରାମର ସ୍ବର୍ଗତ ବିଜୟ ରାଉତଙ୍କ କନ୍ୟା ଲକ୍ଷ୍ମୀପ୍ରିୟାକୁ ବୈଦିକ ରୀତିରେ ବିବାହ କରିଥିଲେ ।
ବିବାହର ୩ ମାସ ପରେ ଲକ୍ଷ୍ମୀପ୍ରିୟା ଓ ମନୋଜ ନିଜଘର ଛାଡି ଶ୍ବଶୁର ଘର ଅର୍ଥାତ କରଡିବନ୍ଧକୁ ଚାଲିଆସିଥିଲେ । ମନୋଜ ଜଣେ JCB ଡ୍ରାଇଭର ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କାମ ମିଳିଯାଇଥିଲା । ତେବେ ପାରିବାରିକ କଳହକୁ ନେଇ ସନ୍ଦେହଜନକ ଅବସ୍ଥାରେ ମନୋଜଙ୍କ ମୃତଦେହ ଶ୍ବଶୁର ଘର ବାଡି ପଟରୁ ଉଦ୍ଧାର କରାଯାଇଛି । ଶ୍ବଶୁର ଘର ପକ୍ଷର ଅଭିଯୋଗ ଅନୁସାରେ କିଛି ପାରିବାରିକ କଳହକୁ କେନ୍ଦ୍ରକରି ମନୋଜ ଆତ୍ମହତ୍ୟା କରିଥିବା କୁହାଯାଉଛି ।
କିନ୍ତୁ ଅନ୍ୟପଟେ ମନୋଜଙ୍କ ସମ୍ପର୍କୀୟମାନେ ଏହାକୁ ସନ୍ଦେହଜନକ ମୃତ୍ୟୁ ବୋଲି ଦାବି କରିଛନ୍ତି । - ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାରା ଦେଶବାସୀଙ୍କ ଉନ୍ନତି ଏବଂ ସୁଖ ସମୃଦ୍ଧି କାମନା କଲେ ମନୋଜଙ୍କୁ ତାଙ୍କ ଶ୍ବଶୁର ଘର ଲୋକ ମାରିଦେଇ ଗଛରେ ଟଙ୍ଗାଇ ଦେଇଛନ୍ତି ବୋଲି କହୁଛନ୍ତି । ସେମାନଙ୍କ କହିବା ଅନୁସାରେ, ୫ ଫୁଟ ଉଚ୍ଚରେ ଥିବା ସରୁ ଡାଳରେ ୬ ଫୁଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି କେମିତି ଆତ୍ମହତ୍ୟା କରିପାରିବେ ? ଏହାସହ ଘଟଣାସ୍ଥଳରେ କୌଣସି ସ୍ପଷ୍ଟ ଚିହ୍ନ ନଥିବା କଥା ମଧ୍ୟ ସେମାନେ ଉଠାଇଛନ୍ତି ।
ମନୋଜଙ୍କ ପରିବାର ପକ୍ଷରୁ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରାଯାଇଛି । ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ବଡମ୍ବା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق