BREAKING
Loading...
:

ରାଇସ ମାଲିକ ଙ୍କ ଉପରେ ପରିବହନ ବିଭାଗ ର କାର୍ଯ୍ୟାନୁଷ୍ଠାନ କେବେ ?

 ରାଇସ ମାଲିକ ଙ୍କ ଉପରେ ପରିବହନ ବିଭାଗ ର କାର୍ଯ୍ୟାନୁଷ୍ଠାନ କେବେ ? 



ସମ୍ବଲପୁର ରେ ଗଢିଉଠିଛି ଧାନ ମିଲ! ଏହି ଧାନ ମିଲ ଗୁଡିକର  ମାଲିକ ମାନଙ୍କ  ମନ ମୁଖି କାର୍ଯ୍ୟ ସାଧାରଣ ଜନତାଙ୍କ ଯାତାୟାତ ରେ ବାଧକ ସାଜିଛି ! କହିବାର ତାତ୍ପର୍ଯ୍ୟ , ଧାନ ମିଲ ଗୁଡିକ ରାଜ ରାସ୍ତା କଡ଼ରେ ଥିବାରୁ , ଏହି ଧାନ ମିଲ ଗୁଡିକୁ ଆସୁଥିବା ଚାଷୀ ମାନଙ୍କ ଧାନ ବୋଝେଇ ଟ୍ରାକ୍ଟର   ଦୀର୍ଘ ସମୟ ବା ଦରକାର ପଡିଲେ  ଦିନ  ଗଡି ଯାଉଥିଲେ ବି, ଟ୍ରାକ୍ଟର ବା ଟ୍ରକ ଗୁଡିକରୁ ଧାନ ଅନଲୋଡ ହୋଉ ପାରୁନାହିଁ ! ଯାହା ଫଳରେ ରାସ୍ତା କୁ ଅବରୋଧ କରି ଛିଡା ହେଉଛି  ଏହି ଧାନ ବୋଝେଇ ଜାନ ଗୁଡିକ ! ଯାହାଫଳରେ ଉକ୍ତ ପଥ ଦେଇ ଯାଉଥିବା, ପଥଚାରୀ, କାର ଆରୋହୀ, ଦୁଇଚକିଆ ଜାନର ଆରୋହୀ  ଯାତାୟାତ ରେ ବହୁ ଅସୁବିଧାର ସନମୁଖୀନ ହେଉଛନ୍ତି ! 

ଜଣେ ବ୍ୟବସାୟ କରିବ ବୋଲି, ସର୍ବସାଧାରଣ ଙ୍କୁ ଅସୁବିଧାରେ ପକେଇବ, ଏହା ମାନବଧିକାର ଆଚରଣ ବିଧିକୁ ଉରଲଂଘନ କରୁଥିବା ଦର୍ଶାଏ ! ଏଣୁ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ଅନୁରୋଧ, ଏହି ଧାନ ମିଲ ମାଲିକ ମାନଙ୍କ ଉପରେ ଆଇନ ଭିତିକ  କାର୍ଯ୍ୟାନୁଷ୍ଠାନତୁରନ୍ତ ଗ୍ରହଣ କରିବକୁଜନସଧାରନଙ୍କ ଦାବି ହେଉଚି !

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS