BREAKING
Loading...
:

ଓଡିଶା ସରକାର ପେଟ୍ରୋଲ, ଡିଜେଲ ଉପରେ 5%ଭାଟ କମେଇବାକୁ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ -ଓଡ଼ିଆ ଅସ୍ମିତା ପରିଷଦର ଚିଠି

 



ଓଡିଶା ସରକାର ପେଟ୍ରୋଲ, ଡିଜେଲ ଉପରେ 5%ଭାଟ କମେଇବାକୁ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ -ଓଡ଼ିଆ ଅସ୍ମିତା ପରିଷଦର ଚିଠି.

===================

ଭୁବନେଶ୍ୱର  --କେନ୍ଦ୍ର ସରକାର  ଦୁଇଦିନ ତଲେ ପେଟ୍ରୋଲ, ଡିଜେଲ ସି ଏନ ଜି ଦର ବୃଦ୍ଧି କରିଛନ୍ତି. ପେଟ୍ରୋଲ ଲିଟର ପିଛା 3ଟଙ୍କା 14ପଇସା, ଡିଜେଲ ଲିଟର ପିଛା 3ଟଙ୍କା 11ପଇସା ଓ ସି ଏନ ଜି ରେ 2 ଟଙ୍କା ବୃଦ୍ଧି କରାଯାଇଛି. ଆମେରିକା --ଇରାନ ଯୁଦ୍ଧ, ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଏବଂ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଯୋଗୁଁ ତେଲ ଦାମ ବଢିଛି ବୋଲି ସରକାର କହୁଛନ୍ତି.ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର 104ଟଙ୍କା .57ପଇସା ଓ ଡିଜେଲ ଲିଟର ପିଛା 94ଟଙ୍କା 67ପଇସାରେ ପହଂଚି ଯାଇଛି. ପେଟ୍ରୋଲ, ଡିଜେଲର  ଦର ବୃଦ୍ଧିର ପ୍ରଭାବ ପରିବହନ କ୍ଷେତ୍ରକୁ ବେଶୀ ପ୍ରଭାବିତ କରିବାକୁ ଯାଉଛି. ଏହା ଦ୍ୱାରା ଚାଉଳ, ଡାଲି, ଖାଇବା ତେଲ, ଆଳୁ, ପିଆଜ, ରସୁଣ, ଅଦା ସମତେ ପନିପରିବାର ଦର ବଢୁଛି. ଆଗାମୀ ଦିନରେ ବସ ଭଡା ବଢିବା ଆଶଙ୍କାକୁ ଏଡାଇ ଦିଆ ଯାଇପାରିବ ନାହିଁ. ବର୍ତ୍ତମାନ ଓଡିଶାରେ ପେଟ୍ରୋଲ ଉପରେ ଭାଟ (VaT)28%ଓ ଡିଜେଲ ଉପରେ 24% ଭାଟ ନିଆଯାଉଛି. ଲୋକଙ୍କ ସରକାର ଲୋକଙ୍କ ହିତ ଦୃଷ୍ଟିରୁ ଅନ୍ତତଃ ପକ୍ଷେ 5%ଭାଟ କମେଇବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ଏକ ପତ୍ର ଲେଖି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି. ଏହା ବ୍ୟତୀତ ତେଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରିର କଳାବଜାର ରୋକିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS