BREAKING
Loading...
:

କଣ୍ଟାମାଳ ହାଇସ୍କୁଲ ଠାରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ l

 କଣ୍ଟାମାଳ ହାଇସ୍କୁଲ ଠାରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ l



ବୌଦ୍ଧ :-: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡ଼କ୍ରସ୍ ଆନୁକୁଲ୍ୟରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର  ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜୁନିଅର୍ ରେଡ଼କ୍ରସ୍ ପରାମର୍ଶଦାତା ତଥା ଶିକ୍ଷକ ବନମାଳୀ ମେହେର ସଂଯୋଜନା କରିଥିଲେ। ସ୍ବାସ୍ଥ୍ୟର ଉନ୍ନତି ଦିଗରେ ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହ ୨୦୨୬ବର୍ଷ ସ୍ବାସ୍ଥ୍ୟ ଦିବସର ଉଦ୍ଦେଶ୍ୟ "ଟୁଗେଦର ଫର ହେଲ୍ଟ, ଷ୍ଟାଣ୍ଡ ଉଇତ ସାଇନ୍ସ,ସଂପର୍କରେ ଆଲୋଚନା କରଯାଇଥିଲା। ଏହି କାର୍ଯ୍ଯକ୍ରମରେ ଶିକ୍ଷୟିତ୍ରୀ ହେମବନ୍ତି ବାଘ, ଏମ୍ ମାଧୁରୀ ଦୋରା,ଶିକ୍ଷକ ସତ୍ୟଜିତ ପଣ୍ଡା,ସରୋଜ ସାହୁ ,ଶିକ୍ଷୟିତ୍ରୀ ମୀରା଼ବାଇ ଧରୁଆ ସୁଭଦ୍ରା ମାଝୀ,ଶିକ୍ଷକ ସୌରଭ ସାହୁ ,ବୀରଭଦ୍ର ମିଶ୍ର,କର୍ମଚାରୀ ନିଳୀମା ପ୍ରଧାନ ସମେତ ବିଦ୍ୟାଳୟର ଜୁନିଅର୍ ରେଡ଼କ୍ରସ୍ ଛାତ୍ରଛାତ୍ରୀମାନେ ଉପସ୍ଥିତ  ଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ଆଲୋକ କୁମାର ପରଡ଼ିଆ ପରିଚାଳନା କରିଥିବାବେଳେ ଶିକ୍ଷକ ସୁଦାମ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS