ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ
ଧାରଣା ଦାବିପୂରଣ ନହେଲେ ଗଣଧାରଣା
ସହ ଅନଶନରେ ବସିବୁ.. ସଂସ୍କାରବାଦୀ
ବ୍ରାହ୍ମପୁର, :--
ସ୍ଥାନୀୟ ଆଗ୍ରଣୀ ସ୍ବେଛାସେବୀ
ସଂଗଠନର ପ୍ରତିଷ୍ଠାତା ସଭାପତି ଭାଷାତପସ୍ୱି
ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ 7ଦଫା ଦାବୀ
ନେଇ ଗିରିରୋଡସ୍ଥିତ ଜିଲ୍ଲାଶିକ୍ଷା ଆଦିକାରୀଙ୍କ
କାର୍ଯ୍ୟାଳୟସମ୍ମୁଖରେ ସଂସ୍କାରବାଦୀ, ଓଷ୍ଠା,
କେ. ସି. ହାଇସ୍କୁଲ ପୁରାତନ ଛାତ୍ର ସଙ୍ଘ. ଓ
ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ବହୁ ସଦସ୍ୟମାନେ
ଯୋଗଦାନକରି ମତବ୍ୟକ୍ତକରି କହିଥିଲେ, ଉକ୍ତ
କାର୍ଯ୍ୟାଳୟର କିଛି କିରାଣୀ ଓ ଶିକ୍ଷାଧିକାରୀଙ୍କ
କୂଚକ୍ରାନ୍ତ ଯୋଗୁ ଆଜି 170ବର୍ଷର ପୁରାତନ
କେ. ସି. ହାଇସ୍କୁଲ ଓ କେ. ସି.ଗାର୍ଲସ ହାଇସ୍କୁଲ
ର ଅବସ୍ଥା ସଚୋନୀୟ ବୋଲି ସର୍ବଶ୍ରୀ ପଙ୍କଜ
କୁମାର ନାୟକ, ବିଜୟ କୁମାର ବେହେରା,
ଶ୍ୟାମସୁନ୍ଦର ଖାଡ଼ଙ୍ଗ, ରାଜେନ୍ଦ୍ର କୁମାର ପଣ୍ଡା
ସିମାଞ୍ଚଳ ପତି, ସମୀର କୁମାର ଆଚାର୍ଯ୍ୟ,
ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ହିମାଂଶୁ
କୁମାର ପଟନାୟକ, ଭଗବାନ ସାହୁ, ନରସିଂହ
ବେହେରା, ନିରଞ୍ଜନ ସାହୁ, ସୁବାଷ ପଟନାଇକ
ପ୍ରଶାନ୍ତ କୁମାର ଶତପଥି, ମୋହନ ଚରଣ ସ୍ୱାଇଁ
ରାଜେନ୍ଦ୍ର ମହାନ୍ତି, ଅଶୋକ କୁମାର ଦଳାଇ
ପ୍ରମୁଖ ମତବ୍ୟକ୍ତ କରିଥିଲେ /
ପ୍ରମୁଖ ଦାବୀ ଥିଲା ତିନୋଟି ସ୍କୁଲକୁ ସରକାରୀ କରଣ, କେ. ସି. ହାଇସ୍କୁଲ ଓ କେ. ସି. ଗାର୍ଲସ ହାଇସ୍କୁଲକୁ ଡେପୁଟେସନରେ ଆସି
ଥିବା ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀଙ୍କୁ ଫେରାଇ
ନେବା, ଜିଲ୍ଲାରେ ବିଶୃଙ୍କଳା କରୁଥିବା ଅତିରିକ୍ତ
ଜିଲ୍ଲାଶିକ୍ଷାଧିକାରୀ ଶ୍ରୀମତୀ ପ୍ରଭାତୀ ମହାପାତ୍ରଙ୍କୁ ତୁରନ୍ତ ବଦଳିକରି ସମସ୍ତ କାର୍ଯ୍ୟାନୁସ୍ତାନ
ତଦନ୍ତ କରାଯାଉ,କେ. ସି. ହାଇସ୍କୁଲରେ ପିଅନ,
ରାତିଜଗୁଆଳି ସହ ଆବଶ୍ୟକ ଶିକ୍ଷକ ନିଯୁକ୍ତି,
କେ. ସି. ଗାର୍ଲସ ହାଇସ୍କୁଲରେ ଦୀର୍ଘ ମାସମାସ
ଧରି ଯେଉଁ ବିଶୃଙ୍କଳା ଚାଲିଛି ତାହା ତଦନ୍ତକରି
ଚକ୍ରାନ୍ତିକାରୀଙ୍କୁ ଦଣ୍ଡବିଧାନ କରିବାକୁଦାବୀ !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق