ଏସି ବିସ୍ଫୋରଣରେ ଜଳିଗଲା ଘର,ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତର ବିଜୟନଗର ଗ୍ରାମରେ ଏସି ବିସ୍ଫୋରଣରେ ଛାତଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ସେହି ଘରେ ଥିବା ସୁନା, ରୂପା, ଆସବାବପତ୍ର, ସରକାରୀ ପ୍ରମାଣପତ୍ର ପୋଡି ପାଉଁଶ ହୋଇଯାଇଛି । ଗ୍ରାମର ନରସିଂହ ମହାଳିକଙ୍କ ପୁଅ ସନାତନ ମହାଳିକଙ୍କ ଘରେ ମଙ୍ଗଳବାର ରାତିରେ ଅଚାନକ ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ା ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି ।
ମଣିଭଦ୍ରା ଖବର


إرسال تعليق