ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ବ୍ଳକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ
,,,,,,,,,,,,,,,,,,,,,,,,,,,,,,,,,,,,,,,,
ରାୟଗଡା,ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ବ୍ଳକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି | ବ୍ଳକ ସଦଭାବନା ଗୃହରେ ଆୟୋଜିତ ଏହି କର୍ମଶାଳାକୁ ବିଡିଓ ସୁଜିତ କୁମାର ମିଶ୍ର ଉଦଘାଟନ କରିଥିଲେ | ରାଜ୍ୟ ସ୍ତରୀୟ ସମ୍ବଳ ବ୍ୟକ୍ତିତ୍ୱ ଶ୍ରୀମତୀସଙ୍ଗୀତା ମଙ୍ଗରାଜ, ଜିପିଡିଓ ସ୍ମୃତିରେଖା ନାୟକ, ସମ୍ବଳ ବ୍ୟକ୍ତିତ୍ୱ ନୀଳାଞ୍ଚଳ ମିଶ୍ର ଓ ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ ଏହି ତାଲିମ ପ୍ରଦାନ କରିଥିଲେ | ଏଥିରେ ମହିଳା ଓ ଶିଶୁ ବିକାଶ, ନିର୍ବାଚିତ ପ୍ରତିନିଧି, ଏମ ବି କେ, ସି ଆର ପି, ଆଶାକର୍ମୀ ଆଦି କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ |
ସୁସ୍ଥ ଶରୀର ବିକାଶର ଚାବିକାଠି | ଜନସାଧାରଣ ସମାଜରେ ନିଜ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ସୁସ୍ଥ ରହିବା ଜରୁରୀ | ସୁସ୍ଥ ଶରୀର କାର୍ଯ୍ୟ ଦକ୍ଷତା ବଢ଼ାଏ | ସ୍ଵାସ୍ଥ୍ୟ ଦୁର୍ବଳ ହେଲେ କାର୍ଯ୍ୟ ଦକ୍ଷତା କମିବା ସହ କାର୍ଯ୍ୟଶୈଳୀ ଓ ସମୟାନୁବର୍ତ୍ତିତା ପ୍ରଭାବିତ ହୋଇଥାଏ |
ଶାରୀରିକ ସ୍ଵାସ୍ଥ୍ୟ ଭଳି ମାନସିକ ସ୍ଵାସ୍ଥ୍ୟର ମଧ୍ୟ ପ୍ରଭାବ ନିଜ କର୍ତ୍ତବ୍ୟ, ପରିବାର, ପରିବେଶ ଓ କର୍ମକ୍ଷେତ୍ରକୁ ପ୍ରଭାବିତ କରିଥାଏ |
ଗ୍ରାମ ପଞ୍ଚାୟତ ସ୍ତରରେ ସୁସ୍ଥ ସମାଜ ଗଠନ ନିମନ୍ତେ ସଚେତନର ଆବଶ୍ୟକତା ରହଛି | ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରତି ବ୍ଲକରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ କହିଛନ୍ତି |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق