BREAKING
Loading...
:

ପାନୀୟଜଳ ସମସ୍ୟାକୁ ନେଇଁ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ସିନ୍ଧିଭଟା ଗ୍ରାମବାସୀ.




 ପାନୀୟଜଳ ସମସ୍ୟାକୁ ନେଇଁ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ସିନ୍ଧିଭଟା ଗ୍ରାମବାସୀ.

• ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା 

• ଟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡ଼ିଓଙ୍କ ପ୍ରତିଶ୍ରୁତି.


ଲାଞ୍ଜିଗଡ଼, ଲାଞ୍ଜିଗଡ଼ ବ୍ଲକରେ ୨୬ ଗୋଟି ପଞ୍ଚାୟତ ରହିଥିବା ବେଳେ ଏବେବି ଅନେକ ଗୁଡାଏ ଗାଁରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରି ନାହିଁ। ଯାହାଦ୍ୱାରା ପାଣି ବୁନ୍ଦାଏ ପାଇଁ ଲୋକେ ନାହିଁ ନ'ଥିବା ଅସୁବିଧା ଭୋଗୁଥିବା ବେଳେ  ବିଜେପୁର ପଞ୍ଚାୟତ ସିନ୍ଦିଭଟା ଗ୍ରାମବାସି ଲାଞ୍ଜିଗଡ଼ ବିଡିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସୂଚନା ଅନୁସାରେ ସିନ୍ଦିଭଟାରେ ୬୦ରୁ ଉର୍ଦ୍ଧ ଆଦିବାସୀ ପରିବାର ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବାବେଳେ ଗାଁରେ ତିନିଟି ନଳକୂପ ରହିଥିଲେ ମଧ୍ୟ ସେଥିମଧ୍ୟରୁ ଦୁଇଟି ନଳକୂପରେ ପ୍ରଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନ'ଥିବାରୁ ଗୋଟିଏ ନଳକୂପରେ ୬୦ପରିବାର ନିର୍ଭର କରୁଛନ୍ତି। ତେବେ ଗୋଟିଏ ନଳକୂପରୁ ୬୦ଘର ପରିବାରକୁ ପାଣି ନିଅଣ୍ଟ ହେଉଛି। ଏନେଇ ପୂର୍ବରୁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ଅଭିଯୋଗ କରିଥିଲେ ଅଭିଯୋଗ ପରେ ଗାଁରେ ଗୋଟିଏ ପକାକୂଅ ଖୋଲା ଯାଇଥିଲା କିନ୍ତୁ ସେଥିରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରି ନ ଥିଲା । ତେଵେ ଉକ୍ତ ଗାଁରେ ବର୍ଷ ବର୍ଷ ଧରି ଏପର୍ଯ୍ୟନ୍ତ ମଧ୍ୟ ପାନୀୟ ଜଳ ସମସ୍ୟା ଲାଗି ରହିଛି।ପାନୀୟଜଳ ସମସ୍ୟାକୁ ନେଇଁ ଅସହ୍ୟ ପରେ ଆଜି ପୁଣି ଥରେ ସିନ୍ଧିଭଟା ଗ୍ରାମର ପଦ୍ମଲୋଚନ ହରିଜନ,ଇନ୍ଦ୍ର ମାଝୀ,ବଳଭଦ୍ର ମାଝୀ,ସୁନା ମାଝୀ,ମଣି ମାଝୀ,ସବିତା ସାହୁ,ଜୟମତି ମାଝୀ,ସାଣେ ମାଝୀ,ଯମୁନା ମାଝୀ,ସସ୍ମିତା ମାଝୀ, ଘାସିରାମ ମାଝୀ,ଶଶୀ ମାଝୀ ସମେତ ସମସ୍ତ ଗ୍ରାମବାସୀ ପ୍ରମୁଖ ଏକତ୍ରିତ ହୋଇ ହାଣ୍ଡି, ଡେ଼କଚି,ଗାରିଆ ଧରି ଲାଞ୍ଜିଗଡ଼ ବିଡ଼ିଓଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେବାସହ ସମସ୍ୟାକୁ ଉପସ୍ଥାପନା କରିଥିଲେ।ଏନେଇ ଯେଉଁ ପର୍ଯ୍ୟନ୍ତ ଉକ୍ତ ଗାଁରେ ବସୁଧା ଯୋଜନା ମାଧ୍ୟମରେ ହେଉ କିମ୍ବା ନଳକୂପ ମାଧ୍ୟମରେ ପାନୀୟଜଳ ସମସ୍ୟାର ସମାଧାନ ନ, ହୋଉଛି ସେପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ଲାଞ୍ଜିଗଡ଼ ବିଡ଼ିଓ ସଶାଙ୍କ ପାତ୍ର ପ୍ରତିଶୃତି ଦେଇଛନ୍ତି। ଏପଟେ ଆରଡବ୍ଲୁଏସଏସ ବିଭାଗୀୟ ଯନ୍ତ୍ରୀ ଯଶବନ୍ତ ମାଝୀ ମଧ୍ୟ ସମାନ ଭାବରେ ପ୍ରତିକ୍ରିୟା ରଖିଛନ୍ତି।ତେବେ ସିନ୍ଧିଭଟା ଗ୍ରାମବାସୀଙ୍କୁ କେତେ ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଛି ଏବଂ କେବେ ଗାଁର ପାନୀୟଜଳ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକିରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS