ଘୁଲୁଘୁଲାପଦର ଗ୍ରାମରେ ରେ ୧୫ ଦିନ ହେଲା ନଳକୂପ ଅଚଳ
ବୌଦ୍ଧ:- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ପଲଶାଗୋରା ପଞ୍ଚାୟତ ଅନ୍ତର୍ଗତ ଘୁଲୁଘୁଲାପଦର ଗାଁରେ ଥିବା ଏକମାତ୍ର ନଳକୂପ ୧୫ରୁ ଅଧିକ ଦିନ ହେଲା ଅଚଳ ହୋଇଯାଇଛି। ଗାଁ'ରେ ପ୍ରାୟ ଦୁଇ ହଜାର ଲୋକ ବସବାସ କରୁଥିବାବେଳେ ସେମାନେ ପାଣିପାଇଁ ଏହି ନଳକୂପ ଉପରେ ନିର୍ଭରଶୀଳ ମାତ୍ର ପାଇପ ଫାଟି ଯାଇଥିବାରୁ ସେଥିରେ ପାଣି ଆସୁନାହିଁ | ଯଦ୍ୱାରା ପାଣି ପାଇଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଚଳ ନଳକୂଅ ମରାମତି ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କଲେ ବି କୌଣସି ସମାଧାନ ହୋଇପାରୁ ନଥିବା ସେମାନେ କହିଛନ୍ତି। ବର୍ତ୍ତମାନ ପ୍ରଚଣ୍ଡ ଖରାରେ ଜଳକଷ୍ଟ ଦେଖା ଦେଇଥିବା ବେଳେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ନଳକୂଅ ମରାମତି ସହ ଆଉ ଏକ ନଳକୂଅ ଖନନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق