BREAKING
Loading...
:

ଖେଦାପଡ଼ା ଗ୍ରାମରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର




 ଖେଦାପଡ଼ା ଗ୍ରାମରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

 ୧୦୦ରୁ ଅଧିକ ଗ୍ରାମବାସୀଙ୍କୁ ଚଷମା ବଣ୍ଟନ


ରାୟଗଡ଼, -: ମାନବ ସେବା ହିଁ ମାଧବ ସେବା। ଏହି ଆଦର୍ଶକୁ ପାଥେୟ କରି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ରାୟଗଡ଼ କ୍ୟାମ୍ପସ) ଅନ୍ତର୍ଗତ ‘ସ୍କୁଲ ଅଫ୍ ନର୍ସିଂ’ ପକ୍ଷରୁ  କୋଲନାରା ବ୍ଲକ ଖେଦାପଡ଼ା ଗ୍ରାମ ଠାରେ ଚାଲିଥିବା ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ସେସ ହୋଇଛି । ଗ୍ରାମବାସୀଙ୍କୁ ମାଗଣା ଚିକିତ୍ସା ସହ ସ୍ୱାସ୍ଥ୍ୟ ସଚେତନତା ଯୋଗାଇଦେବା ଲକ୍ଷ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା।  ଏହି କ୍ୟାମ୍ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।  ଚକ୍ଷୁ ଚିକିତ୍ସା ଓ ସ୍ୱଳ୍ପ ମୂଲ୍ୟରେ ସେବା ପ୍ରଦାନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା | 

ଶିବିରରେ ସାଧାରଣ ବିଭାଗରେ  ୧୦୯ ଜଣ ରୋଗୀ ପଞ୍ଜିକୃତ ହୋଇ ଚିକିତ୍ସିତ ହୋଇଥିଲେ। ଏଥିରେ  ୧୦୧ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୯୮ ଜଣଙ୍କୁ ତୁରନ୍ତ ଚଷମା ବଣ୍ଟନ କରାଯାଇଥିଲା। ସେହିପରି  ୮୪ ଜଣଙ୍କର ସୁଗାର  ଏବଂ ୧୦ ଜଣଙ୍କର ରକ୍ତହୀନତା ପରୀକ୍ଷା କରାଯାଇ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା।

ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ 

କେବଳ ଚିକିତ୍ସା ନୁହେଁ, ବରଂ ଆଗାମୀ ପିଢ଼ିକୁ ସୁସ୍ଥ ରଖିବା ପାଇଁ ନର୍ସିଂ ଛାତ୍ରଛାତ୍ରୀମାନେ ସ୍ଥାନୀୟ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଯେଉଁଠି 

ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ  ସଠିକ୍ ଭାବେ ହାତ ଧୋଇବା ପ୍ରଣାଳୀ, ପୁଷ୍ଟିକର ଖାଦ୍ୟରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ପନିପରିବା ଓ ଫଳର ଉପକାରିତା, ଋତୁସ୍ରାବ ସ୍ୱାସ୍ଥ୍ୟରେ  କିଶୋରୀମାନଙ୍କୁ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ରକ୍ଷା ବିଷୟରେ ଶିକ୍ଷା,ଦାନ୍ତର ଯତ୍ନ ପାଇଁ ସଠିକ୍ ଭାବେ ବ୍ରଶ୍ କରିବାର ଶୈଳୀ ପ୍ରଦର୍ଶନ କରାଯାଇଥିଲା | 

ନୂଆ ଚଷମା ପାଇ ଗ୍ରାମର ବୃଦ୍ଧବୃଦ୍ଧାଙ୍କ ମୁହଁରେ ହସ ଫୁଟିଥିବା ବେଳେ ବିଦ୍ୟାଳୟର ପିଲାମାନେ ନୂତନ ସ୍ୱାସ୍ଥ୍ୟ ଶିକ୍ଷା ପାଇ ଉତ୍ସାହିତ ହୋଇଥିଲେ। ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କର ଏହି ନିରନ୍ତର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS