BREAKING
Loading...
:

ବୁଦ୍ରାବାଲସା ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା – କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀ ବାହାରେ ପଢୁଛନ୍ତି!

 ବୁଦ୍ରାବାଲସା ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା – କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀ ବାହାରେ ପଢୁଛନ୍ତି!



ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି।

ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍ ଭିତରେ ନୁହେଁ, ବରଂ ବାହାରେ ବସି ପଢୁଛନ୍ତି।

ବିଦ୍ୟାଳୟରେ ଥିବା ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ କ୍ଲାସ୍ ନେଉଥିବା ଦେଖାଯାଇଥିଲା, ଯାହା ନିୟମ ଉଲ୍ଲଂଘନ କୁ ସୂଚିତ କରୁଛି। ଏହା ସହ ଏସିସ୍ଟାଣ୍ଟ ଶିକ୍ଷକଙ୍କ ଅନୁପସ୍ଥିତି ମଧ୍ୟ ପ୍ରଶ୍ନ ଉଠାଇଛି।

ଅନ୍ୟପଟେ, କିଛି ଛାତ୍ରଛାତ୍ରୀ ୟୁନିଫର୍ମରେ ଥିଲେ ମଧ୍ୟ, ଅନେକ ଛାତ୍ରଛାତ୍ରୀ ୟୁନିଫର୍ମ ବିହୀନ ଅବସ୍ଥାରେ ଦେଖାଯାଇଥିଲେ।

ସବୁଠୁ ଚମତ୍କାର କଥା ହେଉଛି, ବିଦ୍ୟାଳୟରେ ନବୀକରଣ କରାଯାଇଥିବା ଦୁଇଟି କ୍ଲାସ୍ ରୁମ୍ ତାଲା ପଡିଥିବା ଅବସ୍ଥାରେ ଥିଲା। ଶିକ୍ଷୟିତ୍ରୀଙ୍କୁ ପଚାରିବା ପରେ ଘର ଖୋଲାଯାଇଥିଲା, ଯେଉଁଠାରେ ଗୋଟିଏ ଘରରେ ପୁସ୍ତକ ଓ ଅନ୍ୟ ଘରରେ ପ୍ଲାଷ୍ଟିକ ଚେୟାର ରଖାଯାଇଥିଲା।

ଏଥିରୁ ସ୍ପଷ୍ଟ ଯେ, ପାଠପାଠନ ପାଇଁ ଥିବା କ୍ଲାସ୍ ରୁମ୍ ଗୁଡିକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଛି।


ତେବେ ପ୍ରଶ୍ନ ଉଠୁଛି—

୧: କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ବାହାରେ କାହିଁକି ପଢୁଛନ୍ତି?

୨: ଶିକ୍ଷକ ମାନଙ୍କ ଅନୁପସ୍ଥିତି ଓ ନିୟମ ଉଲ୍ଲଂଘନ କାହିଁକି?

୩: ଶିକ୍ଷା ବ୍ୟବସ୍ଥା ଉପରେ କାହାର ନଜର ନାହିଁ କି?


ଏହି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ସମ୍ବନ୍ଧିତ ଶିକ୍ଷା ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତତ୍କାଳ କାର୍ଯ୍ୟନୁଷ୍ଠାନ ନେବେ କି ନାହିଁ, ସେଥିରେ ସମସ୍ତଙ୍କ ନଜର ରହିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS