BREAKING
Loading...
:

ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଂଚଳରୁ ପ୍ଲଟ ବ୍ୟବସାୟିଙ୍କୁ ଅପହରଣ

 



ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଂଚଳରୁ ପ୍ଲଟ ବ୍ୟବସାୟିଙ୍କୁ ଅପହରଣ।ସନ୍ଧ୍ୟା ସମୟରେ ଗୋପାଳପୁର ଥାନା ଡିଫେନ୍ସ କଲୋନୀରୁ ସୁଧୀର ପାତ୍ର ନାମକ ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ସୁଧୀର ପାତ୍ର  ସନ୍ଧ୍ୟାରେ ଭଲିବଲ୍ ଖେଳି ଶ୍ୱଶୁର ଘର ଡୁରା ଗ୍ରାମକୁ  ଫେରୁଥିବା ସମୟରେ ନିକଟସ୍ଥ ଡିଫେନ୍ସ କଲୋନି ଅଞ୍ଚଳରୁ କିଛି ଦୁର୍ବୃତ୍ତ ତାଙ୍କୁ ଜବରଦସ୍ତ କାର ଗାଡ଼ିରେ ଉଠାଇ ନେଇଯାଇଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି, ସୁଧୀରଙ୍କ ବାଇକ୍‌କୁ ଉଦ୍ଧାର କରି ଥାନାକୁ ନେଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି l ସୁଧୀର ପାତ୍ର ବାଲୁଗାଁ, ନାଚୁଣୀ ଓ ଖଲିକୋଟ ଅଂଚଳରେ ପ୍ଲଟ ବ୍ୟବସାୟ କରୁଥିଲେ। ତାଙ୍କୁ ଅପହରଣ ପଛରେ ବଡ଼ ଧରଣର ଜମି କିଣାବିକା ଡିଲ ରହିଥିବା ନେଇ ସନ୍ଦେହ କରାଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS