BREAKING
Loading...
:

ଗଣିଆ ତଳ ବଜାରରେ ବିରଳ ପକ୍ଷୀ ଦୃଶ୍ୟମାନ

 ଗଣିଆ ତଳ ବଜାରରେ ବିରଳ ପକ୍ଷୀ ଦୃଶ୍ୟମାନ 



ଗଣିଆ ୧୨/୦୪(ସମିସ) ଗଣିଆ ତଳ ବଜାରରେ ରବିବାର ରାତି ୯ ଘଟିକା ସମୟରେ ଏକ ବିଶାଳ ପକ୍ଷୀ ଦୃଶ୍ୟମାନ ହୋଇଛି । ତଳବଜାରରେ ଥିବା ଗ୍ରୀଲ ଦୋକାନ ସମ୍ମୁଖରେ ଏହି ପକ୍ଷୀଟି ଦେଖା ଦେଇଥିବା ବେଳେ ସେଠାରେ ଅନେକ ଲୋକ ରୁଣ୍ଡ ହୋଇ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି । ତେବେ କେହି କେହି ଏହାକୁ ଗରୁଡ ପକ୍ଷୀ ବୋଲି କହୁଥିବା ବେଳେ କେହି କେହି ଏହାକୁ ପେଚା ବୋଲି କହିଛନ୍ତି । ପକ୍ଷୀଟିର ମୁଖ ମଣ୍ଡଳ ଗରୁଡ ଭଳି ହୋଇଥିବା ବେଳେ ଲମ୍ବା ଥଣ୍ଟ ଥିବା ଦେଖିବାକୁ ମିଳିଛି । ଗଣିଆ ଅଞ୍ଚଳରେ ଏଭଳି ବିରଳ ପକ୍ଷୀ ଦୃଶ୍ୟମାନ ଆଗରୁ ହୋଇନଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ କୈତୁହଳ ସୃଷ୍ଟି ହୋଇଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS