BREAKING
Loading...
:

ପଂଚାୟତ ନିର୍ବାଚନରେ ବିଜେପି-ବିଜେଡି ଏକାକାର

 ପଂଚାୟତ ନିର୍ବାଚନରେ ବିଜେପି-ବିଜେଡି ଏକାକାର



ବିଜେଡି ଯୋଉ ଗତିରେ ଶିଖରକୁ ଯାଇଥିଲା। ତା'ଠାରୁ ଆହୁରି ତୀବ୍ର ଗତିରେ ରସାତଳଗାମୀ ହେଉଛି। ଜଣକ ପରେ ଜଣେ ବିଜେଡି ଛାଡ଼ି ବିଜେପି ଶିବିରକୁ ଖେଦିଗଲେଣି। ବିଜେଡିକୁ ପଙ୍ଗୁ କରିବା ଚକ୍କରରେ ବିଜେପିରେ ମାଳ ମାଳ ଦଳଡ଼ିଆଁ ନେତା। ଏହି ଧାରା ଜାରି ରହିଲେ ଆଉ କିଛି ମାସ ପରେ ମୂଳ ବିଜେପି ଓ ବିଜୁପ୍ରେମୀ ବିଜେପି ଏମିତି ଦୁଇଟି ଗୋଠ ମୁଣ୍ଡ ଟେକିବେ।


ବିଜେଡିକୁ ମୂଳପୋଚ୍ଛ କରିବା ଚକ୍କରରେ ବିଜେପି ଅସ୍ତିତ୍ୱ ହରାଇବ। ଏମିତି ଏକ ଆଲୋଚନା ବାଟରେ ଘାଟରେ ଚାଲିଲାଣି। ବିଜେଡି ଭିତରେ ଗୋଟିଏ ରହସ୍ୟମୟ ବାତାବରଣ। ବିଜେପି ଭିତରେ ଅସଲି ଓ ନକଲି ଆଶଙ୍କା।


ବିଜେପି ମନରେ ଗଭୀର ଆତ୍ମବିଶ୍ୱାସ। ମାତ୍ର ସେହି ଆତ୍ମବିଶ୍ୱାସ ବିଜେପି ପାଇଁ ମହାକାଳ ହୋଇ ମୁଣ୍ଡ ଟେକିଲାଣି। ବିଜେଡି ଅମଳରେ ଯୋଉ ବିଜେପି ନେତାମାନେ ମାଡ଼ ଗାଳି ଅପମାନକୁ ହଜମ କରି ଦଳକୁ ବଂଚାଇ ରଖିଥିଲେ। ସେହିମାନେ ଏବେ ବିଜେପିରେ ଅଲୋଡ଼ା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS