BREAKING
Loading...
:

କେନ୍ଦୁପଲ୍ଲୀ ମହୋତ୍ସବ 'ଦୁଲଣା 'ଉଦଘାଟିତ

 



କେନ୍ଦୁପଲ୍ଲୀ ମହୋତ୍ସବ 'ଦୁଲଣା 'ଉଦଘାଟିତ 

ବାଙ୍କୀ ଏସ ଦି ପିଓ ବାଳକୃଷ୍ଣ କହଁରଙ୍କ  ଦ୍ୱାରା ଉଦ୍‌ଘାଟିତ

ସମାଜସେବୀ ସଦାନନ୍ଦ ସାହୁଙ୍କୁ ଦୁଲଣା ସମ୍ମାନ 

 ବାଙ୍କୀ, 13/4(ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର 'ଦୁଲଣା ' ମହୋତ୍ସବ-2026କୁ ରବିବାର ସନ୍ଧ୍ୟା ରେ ଉପଖଣ୍ଡ ପୁଲିସ ଅଧିକାରୀ ବାଳକୃଷ୍ଣ କହଁର  ମୁଖ୍ୟଅତିଥି ଭାବେ ଯୋଗଦେଇ  ଉଦ୍‌ଘାଟନ କରିଥିଲେ.  କେନ୍ଦୁପଲ୍ଲୀ ପଂଚାୟତର  ଐତିହ୍ୟ ଓ ଇତିହାସ ସୁଦୂର ପ୍ରସାରୀ । ସାହିତ୍ୟ ସଂସ୍କୃତି ପରମ୍ପରା ପଣା ସଂକ୍ରାନ୍ତି ଯାତ୍ରା ଓଡିଶାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।  200ବର୍ଷ ରୁ ଉର୍ଦ୍ଧ ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ପ୍ରତିବର୍ଷ ପରି କଣ୍ଟାଗଡା , ଦିନ ରାତ୍ରି ଝାମୁ ଯାତ୍ରା,ଅଘୋର ତପ ସହିତ ଆତସବାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଥିଲା. ତୃତୀୟ ବର୍ଷ ଦୁଲଣା ମହୋତ୍ସବ ପାଳନ ମହା ଆଡ଼ମ୍ବରରେ ପାଳନ ଆରମ୍ଭ ହୋଇଛି. ଏ ମାଟିର ଅନେକ ସୁଯୋଗ୍ୟ ସନ୍ତାନମାନେ ସମାଜ ସଂସ୍କାର, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି। ଓଡିଶାର ସାହିତ୍ୟ, ସଂସ୍କୃତି, କଳା ଓ ଜୀବନ ଶୈଳୀକୁ କେନ୍ଦୁପଲ୍ଲୀ ଗ୍ରାମର  ଅବଦାନ ଉଲେଖନୀୟ । କବି କୌଶିକ ନାୟକ ମୁଖ୍ୟ ବକ୍ତା   ଭାବେ ଯୋଗଦେଇ କହିଲେ ଯେ  କେନ୍ଦୁପଲ୍ଲୀର  କ୍ରୀଡା, ସାହିତ୍ୟ, ଐତିହ୍ୟ, କଳା  ସଂସ୍କୃତିକୁ ଉଜ୍ଜିବୀତ କରି 3 ବର୍ଷଧରି  ଅନୁଷ୍ଠିତ ହେଉଥିବା ଦୁଲଣା  ମହୋତ୍ସବରେ ଏହି ମାଟିକୁ ଗରୀୟାନ କରିବାରେ ଅତୁଳନୀୟ ଅବଦାନ l କେନ୍ଦୁପଲ୍ଲୀ  ଜନତାଙ୍କ ଅପୁରନ୍ତ ସାହାଯ୍ୟ ସହଯୋଗ ଆଧାରରେ ଆଜି ମହୋତ୍ସବ ପ୍ରାଣବନ୍ତ ହୋଇଛି  ।  କେନ୍ଦୁପଲ୍ଲୀ ପଂଚାୟତ ସରପଞ୍ଚ ତଥା ମହୋତ୍ସବ କମିଟି ସଭାପତି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ଅଧକ୍ଷତାରେ ସଭାରେ ସମ୍ମାନିତ ଅତିଥି ଭାବେ ନୂତନ  ବୈଦ୍ୟେଶ୍ୱର ଥାନା ଅଧିକାରିଣୀ ଇପ୍ସିତା ପ୍ରିୟଦର୍ଶିନୀ ଯୋଗଦେଇ କେନ୍ଦୁପଲ୍ଲୀ  ଗାଁ କୁ ଶୃଙ୍ଖଳା ପାଇଁ ଭୁରି ଭୁରି ପ୍ରଶଂସା  କରିଥିଲେ. ମହୋତ୍ସବ କମିଟି ସମ୍ପାଦକ ଧୂର୍ଵ ଚରଣ ସାହୁ ବିବରଣୀ ପାଠ କରିଥିଲା ବେଳେ ଶିକ୍ଷକ ସୋମନାଥ ଖଟୁଆ ସଂଯୋଜନା କରିଥିଲେ. ସମାଜସେବୀ ସଦାନନ୍ଦ ସାହୁଙ୍କୁ ଦୁଲଣା ମହୋତ୍ସବ ସମ୍ମାନ ରେ ପ୍ରଦାନ କରାଯାଇଥିଲା.ଅପରାହ୍ନ ରେ ଗାଁ ର ଦେବଦେବୀ ଙ୍କ ଠାରୁ ଆଜ୍ଞାମାଳ ଏବଂ ମାର୍ସଲ ଶୋଭାଯାତ୍ରା ଆସିଲା ପରେ ମହୋତ୍ସବ ଅବ୍ରମଣ ହୋଇଥିଲା. କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ. ଶେଷରେ  ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ  ଏବଂ  ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ଏହି ମହୋତ୍ସବ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS