BREAKING
Loading...
:

ତିନିଦିନ ତଳେ ନିର୍ବନ୍ଧ ହୋଇଥିଲା, ଆଜି ରାସ୍ତାକଡ଼ରୁ ମିଳିଲା ଯୁବତୀଙ୍କ ମୃତଦେହ




 ତିନିଦିନ ତଳେ ନିର୍ବନ୍ଧ ହୋଇଥିଲା, ଆଜି ରାସ୍ତାକଡ଼ରୁ ମିଳିଲା ଯୁବତୀଙ୍କ ମୃତଦେହ। ଜଗତସିଂହପୁର ଜିଲ୍ଲା ସଦରଥାନା ଅଞ୍ଚଳରେ ପ୍ରେମଜନିତ କାରଣରୁ ଯୁବତୀଙ୍କୁ ହାଣି ହତ୍ୟା ସନ୍ଦେହ। କାଠିଆପଡ଼ା ନିକଟ ଜମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ କାଠିଆପଡ଼ା ଗାଁର ସସ୍ମିତା ଦାସ ବୋଲି ଜଣାପଡ଼ିଛି।* 


*ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ମୃତ ସସ୍ମିତାଙ୍କର ତିନିଦିନ ତଳେ ନିର୍ବନ୍ଧ ହୋଇଥିଲା। ଗତକାଲି ରାତିରେ ପଡ଼ୋଶୀଙ୍କ ଘରକୁ ଯାଇ ଆଉ ଫେରିନଥିଲେ ସସ୍ମିତା। ଚାରିଆଡ଼େ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ଖୋଜ ଖବର ମିଳିନଥିଲା।* 


*ପରବର୍ତି ସମୟରେ ଜମିରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS