*ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣକୁ କାହିଁକି ବିରୋଧ ? କ'ଣ ରହିଛି ବିଲରେ ବ୍ୟବସ୍ଥା*
ଏବେ ଜନଗଣନା ଚାଲିଥିବା ବେଳେ ୨୦୧୧ ଜନଗଣନା ଅନୁସାରେ ସରକାର ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏହାକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳ ବିରୋଧ କରାଯାଉଛି। ଉତ୍ତର ଭାରତର ରାଜ୍ୟ ଲାଭରେ ରହିବେ ଏବଂ ଦକ୍ଷିଣ ଭାରତ ଓ ଉତ୍ତର- ପୂର୍ବ ରାଜ୍ୟ କ୍ଷତି ସହିବେ ବୋଲି ସମ୍ପୃକ୍ତ ରାଜ୍ୟର ନେତା ଆଶଙ୍କା କରୁଛନ୍ତି। ସଫଳତାର ସହ ଜନସଂଖ୍ୟା ନିୟନ୍ତ୍ରଣ କରୁଥିବା ରାଜ୍ୟରେ ଏହାକୁ ବିରୋଧ କରାଯାଉଛି।
ସଂସଦର ତିନିଦିନିଆ ସ୍ବତନ୍ତ୍ର ଅଧବେଶନର ପ୍ରଥମ ଦିନରେ ସରକାର ୩ଟି ବିଲ୍ ଆଗତ କରିଛନ୍ତି। ତେବେ ୩ଟି ବିଲରୁ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଉଛି। ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ କ’ଣ ? କାହିଁକି ବିରୋଧୀ ବିରୋଧ କରୁଛନ୍ତି?
ଜନସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରାଯାଏ। ଏହି କାର୍ୟ୍ୟ ଉଚ୍ଚ କ୍ଷମତାସମ୍ପନ୍ନ ସୀମା ନିର୍ଦ୍ଧାରଣ କମିସନ କରିଥାନ୍ତି। ଆଇନ ଅନୁସାରେ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଓ ସୀମା ପୁନଃ ନିର୍ଦ୍ଧାରଣ କମିସନ ୪ ଥର ଗଠିତ ହୋଇଥିଲା । ୧୯୫୨, ୧୯୬୩, ୧୯୭୩ ଓ ୨୦୦୨ରେ ଗଠିତ ହୋଇଥିଲା । ରାଷ୍ଟ୍ରପତିଙ୍କ ଦ୍ୱାରା ଗଠିତ ଏହି କମିସନଙ୍କ ଉପରେ କେହି ପ୍ରଶ୍ନ ଉଠାଇପାରିବେ ନାହିଁ।
ଏବେ ଜନଗଣନା ଚାଲିଥିବା ବେଳେ ୨୦୧୧ ଜନଗଣନା ଅନୁସାରେ ସରକାର ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏହାକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳ ବିରୋଧ କରାଯାଉଛି। ଉତ୍ତର ଭାରତର ରାଜ୍ୟ ଲାଭରେ ରହିବେ ଏବଂ ଦକ୍ଷିଣ ଭାରତ ଓ ଉତ୍ତର- ପୂର୍ବ ରାଜ୍ୟ କ୍ଷତି ସହିବେ ବୋଲି ସମ୍ପୃକ୍ତ ରାଜ୍ୟର ନେତା ଆଶଙ୍କା କରୁଛନ୍ତି। ସଫଳତାର ସହ ଜନସଂଖ୍ୟା ନିୟନ୍ତ୍ରଣ କରୁଥିବା ରାଜ୍ୟରେ ଏହାକୁ ବିରୋଧ କରାଯାଉଛି।
ଦେଶରେ ଜନଗଣନାର ପ୍ରଥମ ପର୍ୟ୍ୟାୟ ଗତ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି। ଏହାର ରିପୋର୍ଟକୁ ଅପେକ୍ଷା ନକରି ୨୦୧୧ର ଜନଗଣନା ଆଧାରରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ କରି ବିରୋଧୀ ବିରୋଧ କରୁଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା

Post a Comment