BREAKING
Loading...
:

୨୦୨୭ ଜନଗଣନାରେ ଲିଭ୍‌ ଇନ୍ କପଲ ହୋଇଯିବେ ପତି-ପତ୍ନୀ, ଆପତ୍ତିଜନକ ପ୍ରଶ୍ନ ପଚାରିଲେ ଦଣ୍ଡିତ ହେବେ ଅଧିକାରୀ

 ୨୦୨୭ ଜନଗଣନାରେ ଲିଭ୍‌ ଇନ୍ କପଲ ହୋଇଯିବେ ପତି-ପତ୍ନୀ, ଆପତ୍ତିଜନକ ପ୍ରଶ୍ନ ପଚାରିଲେ ଦଣ୍ଡିତ ହେବେ ଅଧିକାରୀ



କରୋନା ମହାମାରୀ କାରଣରୁ ଘୁଞ୍ଚିଥିବା ଜନଗଣନା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲରୁ ଏହି ପକ୍ରିୟା ଆରମ୍ଭ ହୋଇଯିବ, ଯାହାକି ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଚାଲିବ। ଏହା ଭିତରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଲିଭ୍ ଇନ୍‌ରେ ରହୁଥିବା କପଲ ବିବାହିତ ବୋଲି ମନେ କରାଯିବେ। ସେଭଳି ଅନୁଚିତ ପ୍ରଶ୍ନ ପଚାରୁଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


ଭାରତର ରେଜିଷ୍ଟାର ଜେନେରାଲ ଆଣ୍ଡ ସେନସନ୍ କମିଶନ୍ ଅର୍ଥାତ ମହାପଞ୍ଜିୟକ ଓ ଜନଗଣନା କମିଶନରଙ୍କ ଅନୁସାରେ, ଯଦି ଦୁଇ ଜଣ ନିଜର ସମ୍ପର୍କକୁ ଏକ ସ୍ଥାୟୀ ଅର୍ଥାତ ଷ୍ଟେବଲ ୟୁନିୟନ ବୋଲି ମାନନ୍ତି, ତେବେ ତାଙ୍କୁ ବିବାହିତ ଯୋଡି ଭାବରେ ମନେକରାଯିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS