ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ସମ୍ପର୍କିତ ବ୍ଲକ ସ୍ତରୀୟ ସର୍ଭାଇବର ନେଟ୍ୱାର୍କ ସଭା
ସମ୍ବଲପୁର:
ସଶକ୍ତ ଶିଶୁ ଗଠନ ସମୟ ପାଇଁ ବଡ଼ ଆହ୍ୱାନ। ଏହାର ପରିଚାଳନା ଓ କାର୍ଯ୍ୟକ୍ଷେତ୍ରରେ ସାକାର କରିବାକୁ ବିଭିନ୍ନ ବିଭାଗର କାର୍ଯ୍ୟ ଦକ୍ଷତା ଓ ସମ୍ମନ୍ୱୟ ଏକ ବଡ଼ ମାପଦଣ୍ଡ ବୋଲି ସମ୍ବଲପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଆଲୋଚନା କରି ଶିଶୁ ପ୍ରତି ଅବହେଳା ନୁହେଁ ବରଂ ଯତ୍ନ ଅପରିହାର୍ଯ୍ୟ ବୋଲି କହିଥିଲେ। ଜମନକିରା ସାମ୍ବାଦିକ ଭବନ ଠାରେ ସମ୍ବଲପୁର ସମନ୍ମିତ ବିକାଶ ପ୍ରତିଷ୍ଠାନ ଆନୁକୂଲ୍ୟରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ସମ୍ପର୍କିତ ବ୍ଲକ ସ୍ତରୀୟ ସର୍ଭାଇବର ନେଟ୍ୱାର୍କ ସଭାରେ ସେ ଏହା କହିଛନ୍ତି। ଏଥିରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି, ସିଡିପିଓ ମମତା ପଟେଲ, ମିଶନଶକ୍ତି ବ୍ଲକ ପ୍ରୋଗ୍ରାମ କୋଅର୍ଡିନେଟର, ଶିକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଆଇସିଡ଼ିଏସ ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସିଆରପି, କମ୍ୟୁନିଟି ଲିଡର୍ସ, ସାମ୍ବାଦିକ, ବରିଷ୍ଠ ନାଗରୀକ ପ୍ରମୁଖ ଏଥିରେ ଯୋଗଦେଇଥିଲେ।ଏଥିରେ ସିଡ଼ି ଅନୁଷ୍ଠାନର ଆକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପର ନିର୍ଦ୍ଦେଶକ ଭୁବନେଶ୍ୱର ଦ୍ବିବେଦୀ ଅଧ୍ୟକ୍ଷତା କରିଥିଲେ। ସଭାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ, ଶିଶୁ ସୁରକ୍ଷା, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ ସମ୍ବନ୍ଧୀୟ ନିୟମ କାନୁନ, ରିପୋଟିଙ୍ଗ୍ କୌଶଳ, ଓ ବିଭିନ୍ନ ଶିଶୁ ସୁରକ୍ଷା ଅନୁଷ୍ଠାନ ଗୁଡିକ ଗାଁ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ କିଭଳି କାର୍ଯ୍ୟ କରିଥାଏ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ। ସଭାରେ ନିର୍ଯାତନାର ଶିକାର ହେଉଥିବା ପୀଡିତ ଶିଶୁ ମାନଙ୍କୁ କିପରି ଚିହ୍ନଟ କରି ସେମାନଙ୍କୁ ଯଥାର୍ଥ ତଦାରଖ କରି ଆଗକୁ ବଢିବାରେ ସହାୟତା କରିବା, ମାନସିକ ଓ ଶାରୀରିକ ସହଯୋଗ କରିବା ଏବଂ ଏକ ନେତା ଭାବରେ ଗଠନ କରି ଭବିଷ୍ୟତରେ ସେମାନେ ଯେପରି ଏହିଭଳି ପରିସ୍ଥିତି ରେ ଜଡିତ ଥିବା ପିଲାମାନଙ୍କୁ ସାହାଯ୍ୟ କରିପାରିବେ ସେ ବିଷୟରେ ବିଡ଼ିଓ, ସିଡିପିଓ ପ୍ରମୁଖ ଅତିଥି ଆଲୋଚନା କରିଥିଲେ। ଏହାକୁ ସଞ୍ଜୟ ଧୂରୁଆ, କମଳ ଭୋଇ, ଶୁଭମ ପ୍ରଧାନ, ସମୀର ମହାମଲିକ, ବିଜୟ ଦେହୁରୀ ସହଯୋଗ କରିଥିଲେ। ଶେଷରେ ସିଡି ଅନୁଷ୍ଠାନ ସଂଯୋଜକ ପ୍ରଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଶକ୍ତ ଶିଶୁ ଗଠନ ପାଇଁ ଶପଥ ପାଠ କରାଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق