BREAKING
Loading...
:

ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

 ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ



ନିମନ୍ତ୍ରଣ ପତ୍ର ବାଣ୍ଟିଲେ କଣ୍ଟାମାଳ ବିଧାୟକ


ବୌଦ୍ଧ ,ଆଗାମୀ ଅପ୍ରେଲ ୨ ତାରିଖରୁ ଆରମ୍ଭ ହେବାକୁ ଥିବା 'ପ୍ରବେଶ ଉତ୍ସବ ଓ  ଖଡିଛୁଆଁ '  କାର୍ଯ୍ୟକ୍ରମରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକା ମାନଙ୍କୁ ସଚେତନ କରିବା ସହିତ  ବୌଦ୍ଧ ବ୍ଳକ ବାଉଁଶୁଣୀ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଅଭିଯାନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା । ନୂତନ ଶିକ୍ଷାବର୍ଷ ରେ ୫ ରୁ ୧୪ ବର୍ଷର ସମସ୍ତ ପିଲାଙ୍କ ନାମ ଲେଖାଇବା ପାଇଁ ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅଭିଯାନ କରାଯାଇଛି । ଏହି ଅଭିଯାନରେ ସାମିଲ ହୋଇ କଣ୍ଟାମାଳ ବିଧାୟକ କହ୍ନାଇ  ଚରଣ ଡାଙ୍ଗ, ବୋୖଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ପରିଷଦ ସଭ୍ୟ ରାକେଶ କୁମାର ତ୍ରିପାଠୀ, ଜିଲ୍ଲା ଶିକ୍ଷାଧିକାରୀ  ଟେମଲାଲ ଦୁବେ, ବୌଦ୍ଧ ବ୍ଳକ ଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ , ବାଉଁଶୁଣୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ବେହେରାଙ୍କ ସହ ନାମଲେଖା ଯୋଗ୍ଯ ଛାତ୍ରଛାତ୍ରୀଙ୍କ ଘରକୁ ଘର ବୁଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତରଫରୁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଆହୁରି ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ ହୋଇଥିଲେ । ୫ ରୁ ୧୮ ବର୍ଷ ବୟସର ଜଣେବି ଯୋଗ୍ଯ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ନ ହୁଅନ୍ତୁ ବୋଲି କଣ୍ଟାମାଳ ବିଧାୟକ  ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS