BREAKING
Loading...
:

ରେଡ୍ ମଡ୍ ପଣ୍ଡ୍ ଭାଙ୍ଗି ଚାଷଜମି କ୍ଷତି ଓ ଜଳଜୀବଙ୍କ ମୃତ୍ୟୁ ଘଟଣା, ରାଜ୍ୟ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମ୍ପାନୀକୁ ନୋଟିସ୍

 ରେଡ୍ ମଡ୍ ପଣ୍ଡ୍ ଭାଙ୍ଗି ଚାଷଜମି କ୍ଷତି ଓ ଜଳଜୀବଙ୍କ ମୃତ୍ୟୁ ଘଟଣା,

ରାଜ୍ୟ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମ୍ପାନୀକୁ ନୋଟିସ୍



କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଜିଲ୍ଲାରେ ଥିବା ବେଦାନ୍ତ କମ୍ପାନୀର ଆଲୁମିନା ରିଫାଇନାରିରୁ ବିଷାକ୍ତ ରେଡ୍ ମଡ୍ ପାଣି ଆଖପାଖ ଚାଷଜମିକୁ ମାଡିଯିବା, ବଂଶଧାରା ନଦୀରେ ମିଶିବା ୟୋଗୁଁ ମାଛ ଓ ଅନ୍ୟାନ୍ୟ ଜଳଜୀବମାନଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ଗ୍ରୀନ ଟ୍ରିବୁନାଲ୍ (ଏନଜିଟି) ରାଜ୍ୟ ସରକାର ଓ କମ୍ପାନୀକୁ ନୋଟିସ୍ ଜାରି କରିଛନ୍ତି । 

ମୁଖ୍ୟ ଶାସନ ସଚିବ, ଜଙ୍ଗଲ ବିଭାଗ ସଚିବ, କଳାହାଣ୍ଡି ଓ ରାୟଗଡା ଜିଲ୍ଲାପାଳ,  ରାଜ୍ୟ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରଧିକରଣ, ଓଡିଶା(ସିଆ) ଓ ବେଦାନ୍ତ କମ୍ପାନୀଙ୍କୁ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି ।

ପରିବେଶକର୍ମୀ ତଥା ଆଇନଜୀବୀ ଦିଲ୍ଲୀପ କୁମାର ସାମନ୍ତରାୟ ଏନଜିଟିରେ ଦାୟର କରିଥିବା ପିଟିସନ୍ ରେ ଦର୍ଶାଇଥିଲେ ଯେ ରକ୍ଷଣାବେକ୍ଷଣ ଅଭାବରୁ ଲାଂଜିଗଡଠାରେ ଥିବା ବେଦାନ୍ତ ଆଲୁମିନା ରିଫାଇନାରିର ରେଡ୍ ମଡ୍ ପଣ୍ଡ୍ ର ବନ୍ଧ ଭାଙ୍ଗିଯିବା କାରଣରୁ ଛଅଟି ଗ୍ରାମପଂଚାୟତର 50ରୁ ଅଧିକ ଗ୍ରାମର ଶହ ଶହ ଏକର ଚାଷଜମିରେ ବିଷାକ୍ତ ରେଡ୍ ମଡ୍ ପାଣି ପଶିଯାଇଥିଲା । ଶେଷରେ ଏହି ପାଣି ବଂଶଧାରା ନଦୀରେ ମିଶିଥିଲା। ଫଳରେ ସେଠାରେ ମାଛ, ସାପ, ବେଙ୍ଗ, କଙ୍କଡା ଆଦି ଅନେକ ଜଳଜୀବ ମରି ଭାସିଥିଲେ। ଅନେକ ଗ୍ରାମରେ ରାସ୍ତା ତାଡି ହେବା ସହ ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗିଥିଲା ଓ ଗଛ ଉପୁଡି ପଡିଥିଲା । ରାଜ୍ୟ ପ୍ରଦୂଷଣ ବୋର୍ଡ ତଦନ୍ତ କରି ତା ରିପୋର୍ଟରେ ଏସବୁ ଦର୍ଶାଇଥିଲା । କିନ୍ତୁ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଏ ନେଇ ଆବେଦନକାରୀ ଶ୍ରୀସାମନ୍ତରାୟ ଉପରୋକ୍ତ କର୍ତ୍ତୁପକ୍ଷମାନଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏନଜିଟି(କୋଲକାତା ବେଂଚ୍)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀ ଅଖଣ୍ଡ ମାମଲା ପରିଚାଳନା କରୁଛନ୍ତି । ବେଦାନ୍ତ କମ୍ପାନୀ ପକ୍ଷରୁ ପିଟିସନକୁ ବିରୋଧ କରାଯାଇଥିଲେ ମଧ୍ୟ ଜଷ୍ଟିସ୍ ଦିନେଶ କୁମାର ସିଂ ଓ ବିଶେଷଜ୍ଞ ସଦସ୍ୟ ଇଶ୍ୱର ସିଂ ଏହି ମାମଲାର ଶୁଣାଣି କରି ଏହି ଘଟଣାରେ ନୋଟିସ୍ ଜାରି କରିବା ଆବଶ୍ୟକ ବୋଲି ମତ ଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS