BREAKING
Loading...
:

ରାଜ୍ୟସ୍ତରୀୟ କ୍ୟାରମ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

 ରାଜ୍ୟସ୍ତରୀୟ କ୍ୟାରମ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ




ଭାପୁର, ଭାପୁର ବ୍ଲକ ବାଇଗୁଣିଆ ଗ୍ରାମ ଅଧୀନ ବାଉତି ମଧ୍ୟଇଂରାଜୀ ବିଦ୍ୟାଳୟରେ ଏକଦିବସୀୟ ରାଜ୍ୟସ୍ତରୀୟ କ୍ୟାରମ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବାଇଗୁଣିଆଁ ସେଞ୍ଚୁରୀଆନ୍ କ୍ୟାରମ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାରେ ପୁରୀ ଟିମ ଚମ୍ପିୟାନ ହୋଇଥିବା ବେଳେ ଖୋର୍ଦ୍ଧା ବାଜପୁର ରନର୍ସ ଅପ ହୋଇଥିଲା।  ଭୁବନେଶ୍ଵର ବରମୁଣ୍ଡା ଟିମ ତୃତୀୟ ସ୍ଥାନ ଏବଂ ନୟାଗଡ଼ ଈଟାମାଟି ଟିମ ଚତୁର୍ଥ ସ୍ଥାନ ହାସଲ କରିଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ଜିଲାରୁ ମୋଟ ୩୨ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ସ୍ଥାନୀୟ ଯୁବକ ମାନଙ୍କ ସକ୍ରିୟ ସହଯୋଗରେ ସଫଳତାର ସହ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଯୁବ କ୍ଷୁଦ୍ର ଉଦ୍ୟୋଗୀ ପ୍ରକାଶ କୁମାର ଦତ୍ତ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଲକ୍ଷ୍ମୀଧର ନାୟକ, ଶିକ୍ଷକ ସାଗର କୁମାର ସାହୁ ପ୍ରମୁଖ  ବିଜେତା ଖେଳାଳି ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିବା ସହିତ ଆୟୋଜକ ଯୁବକଙ୍କୁ ଉତ୍ସାହିତ କରିଥିଲେ। ସେଞ୍ଚୁରୀଆନ୍ କ୍ୟାରମ୍ ଆସୋସିଏସନର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS