ଗଣ୍ଡାବାହାଲି । ମୁଖ୍ୟରାସ୍ତା ନିର୍ମାଣ ପ୍ରସଙ୍ଗ, ଜବରଦଖଲ ଉଛେଦ ପାତରଅନ୍ତର ନେଇ ଗ୍ରାମବାସୀଙ୍କ ସାମ୍ବାଦିକ ସମ୍ମିଳନୀ ବଡବଡିଆଙ୍କ ଘର ଛାଡିଲେ ଛୋଟମୋଟିଆଙ୍କ ଘର ଭାଙ୍ଗିଲେ, ରାଜସ୍ୱ ବିଭାଗ ଟଙ୍କା ଖାଇଥିବା ସନ୍ଦେହ ଅଭିଯୋଗ#
ସିନାପାଲି ମୁଖ୍ୟରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବାଲୁଥିବା ବେଲେ ବେଲେ ଗଣ୍ଡ ଗଣ୍ଡାବାହାଲି ଠାରେ ବିବାଦୀୟ ହୋଇ ଅଟକି ରହିଥିଲା । ସେନେଇ ଗଣ୍ଡାବାହାଲି ଗ୍ରାମବାସୀ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଜବରଦଖଲ ଉଚ୍ଛେଦ କରିବାକୁ ଅଭିଯୋଗ କରିଥିଲେ।
ହେଲେ ଗତ କିଛିଦିନ ତଳେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭହୋଇଥିଲା । କିନ୍ତୁ ସେହି ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନ ଜେସିବି ଲଗାଇ ନାମକୁମାତ୍ର କିଛି ଲୋକଙ୍କ ଘର ଭାଙ୍ଗିଥିବା ଦେଲେ ବଡବଡିଆ ଲୋକଙ୍କ ଘରକୁ ଛାଡିଦେଇ ଛୋଟମୋଟ ଲୋକଙ୍କ ଘରକୁ ଭାଙ୍ଗିଥିଲା । ଯାହା ଫଳରେ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମ୍ମିଳନୀରେ ଗ୍ରାମବାସୀ ଏଠାରେ ହେବାକୁ ଥିବା ରାସ୍ତା ଓ ଡ୍ରେନ ସକାଶେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ରେ ପ୍ରଶାସନ ପାତରଅନ୍ତର କରିଥିବା ବେଲେ ରାଜସ୍ୱ ବିଭାଗ ଟଙ୍କା ଖାଇ ବଡ଼ ବଢିଆଙ୍କ ଘରକୁ ନଭାଙ୍ଗି ରଛେଦ
ପ୍ରକ୍ରିୟା ବନ୍ଦ କରି ଦେଇଥିବା ଗ୍ରାମବାସୀ ସନ୍ଦେହ ମନେକରି ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଗ୍ରାମବାସୀ ନୂଆପଡା ଜିଲ୍ଲାପାଳଙ୍କୁ ଗଣ୍ଡାବାହାଲି ଜବରଦଖଲ ଜଦ ଉଚ୍ଛେଦ କରିବାକୁ ଲିଖୁଳ ଦାବ ଜଣାଇଥିବା ବେଲେ ମାର୍ଚ୍ଚ ୫ ତାରିଖ ରାସ୍ତା ରୋକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ । ସେଠାରୁ ଏକ ପ୍ରଶାସନିକ ଟିମ ଗଣ୍ଡାବାହାଲିରେ ପହଞ୍ଚି ଗ୍ରାମବାସୀ ସହ ଆଲୋଚନା କରି ଜବରଦଖଲ ଉଛେଦ କରିବାକୁ ପ୍ରତିସୂତି ଦେଇଥିଲା। ପରେ ପ୍ରଶାସନ ଜେସିବି ସହାୟତାରେ ଜବରଦଖଲ ଉଛେଦ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଉଚ୍ଛେଦ ସମୟରେ ବ୍ଲକ ତଥା ଜିଲ୍ଲା ଅଧୁକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲା।
କିନ୍ତୁ ଦିର୍ଘ ସମୟର ଉଚ୍ଛେଦ ପରେ କିଛି ବଡ଼ ବଡିଆ ଲୋକେ ପ୍ରଶାସନିକ ଅଧିକାରୀ କର୍ମଚାରୀଙ୍କ ସହ ସଲାସୁତୁରା କରିଥିବା ବେଳେ ଇଚ୍ଛେଦ ପ୍ରକ୍ରିୟାକୁ ଅଧୁକାରୀ ମାନେ ଛାଡିଦେଇ ଫେରି ଯାଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ସମସ୍ତଙ୍କ ପାଇଁ ସମାନ ନିୟମ ରହିଥିବା ବେଳେ ଛୋଟମୋଟ
ଲୋକଙ୍କ ଘରକୁ ଭାଙ୍ଗି ବଡ ବଡ ଲୋକଙ୍କ ଘରକୁ ଛାଡି ଦେଇଥିବା ବେଳେ ଗ୍ରାମବାସୀ ପ୍ରଶାସନ ଉପରେ ସନ୍ଦେହ କରୁଥିବା ଦେଲେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗ୍ରାମବାସୀ ସିଧାସଳଖ ଭାବେ ରାଜ ବିଭାଗ ଉପରେ ରଙ୍ଗୁଲି ଦେଖାଉ ଥିବା ବେଲେ ତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରୁଛନ୍ତି । ସୂଚନା ଅନୁସାରେ ଏଠାରେ ୪୧ ଘର ଭାଙ୍ଗିବାକୁ ପ୍ରଶାସନ ଚିହ୍ନଟ କରିଥିବା ସୂଚନା ମିଲିଛି। କିନ୍ତୁ ପ୍ରଶାସନ ର କିଛି ଦୁର୍ନିତୀ ଖୋର ଅଧୁକାରୀ କର୍ମଚାରୀ ଡଙ୍କା ଲୋଭରେ ପଡି ରଛେଦ ପ୍ରକ୍ରିୟା ରେ ବିମୁହା ନିତି ଅବଲମ୍ବନ କରୁଥୁବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏନେଇ ଜିଲ୍ଲାପାଳ
ତୁରନ୍ତ ଦୃଷ୍ଟିଦେଇ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଆରମ୍ଭ କରିବା ସହ ପ୍ରଶାସନ ଚିହ୍ନଟ କରିଥିବା ବଡବଡିଆ ଲୋକଙ୍କ ଘର ଭାଙ୍ଗିବାକୁ ଭାଙ୍ଗିବାକୁ ସାମ୍ବାଦିକ କ ସମ୍ମିଳନୀରେ ଗ୍ରାମବାସୀ ଦାବୀ କରିଛନ୍ତି । ଯଦି ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହୋଇଥିବା ବଡ଼ ବଡିଆଙ୍କ ଘର ନଭାଙ୍ଗିଲେ ରାଜରାସ୍ତାକୁ ଉଲ୍ଲାଇ ରାସ୍ତା ରୋକ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏହି ସମ୍ମିଳନୀରେ ଗ୍ରାମର ପର୍ଶୁରାମ ମେହେର, ଟଙ୍କଧର ମେହେର, କ୍ଷିରସିନ୍ଧୁ ମେହେର, ବିପିନ ବିହାରି ମେହେର, ମେହେର, କମଲ ମେହେର, ଲକ୍ଷ୍ମଣ ମେହେର, ବଇଦସୁତ ମେହେର ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق