BREAKING
Loading...
:

ସୀମା ସୁରକ୍ଷା ବାହିନୀରେ (ବିଏସ୍ଏଫ୍)ଯୋଗ ଦେଇ ଅଞ୍ଚଳ ପାଇଁ ଗୌରବ ଆଣିଲେ ରୋଜାଲିନି

 ସୀମା ସୁରକ୍ଷା ବାହିନୀରେ (ବିଏସ୍ଏଫ୍)ଯୋଗ ଦେଇ ଅଞ୍ଚଳ ପାଇଁ ଗୌରବ ଆଣିଲେ ରୋଜାଲିନି  


ଗଣିଆ (ମଣିଭଦ୍ରା ଖବର) ଗଣିଆ ଅଞ୍ଚଳର ପ୍ରଥମ ମହିଳା ବିଏସ୍ଏଫ୍ l କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ବାଧାବିଘ୍ନ l ନିଜର ଚେଷ୍ଟା ବଳରେ ଆଜି ଦେଶ ମାତୃକାର ସେବା ପାଇଁ ସୀମା ସୁରକ୍ଷା ବାହିନୀ(ବିଏସ୍ଏଫ୍)ରେ ଚୟନ ହୋଇ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଗଣିଆ ଗ୍ରାମର ପରୀକ୍ଷିତ ବେହେରାଙ୍କ ଝିଅ ରୋଜାଲିନି ବେହେରା l ମାତ୍ର ୨୨ ବର୍ଷ ବୟସରେ ରୋଜାଲିନ ଏହି ସଫଳତା ହାସଲ କରିଥିବା ଜଣାପଡିଛି । ଗଣିଆ କଲେଜରେ ଯୁକ୍ତ ତିନି ପାଠ ପଢି ସାରିବା ପରେ ସେ ବିଏସ୍ଏଫ୍ ପାଇଁ ଚେଷ୍ଠା ଜାରି ରଖିଥିଲେ । ତାଙ୍କର ଏହି ସଫଳତା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l  ଆଜିର ଯୁବକ ଯୁବତୀଙ୍କ ପାଇଁ ସେ ଏକ ବଡ଼ ପ୍ରେରଣା ସାଜିଛନ୍ତି l ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି l ଆଗାମୀ ଦିନରେ ସେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରି ଦେଶ ତଥା ଓଡ଼ିଶାର ନାମ ରଖିବେ ବୋଲି ସ୍ଥାନୀୟ ବାସିନ୍ଦା ଆଶା ପ୍ରକଟ କରିଛନ୍ତି l ଆସନ୍ତା ମାର୍ଚ୍ଚ ମାସ ୯ ତାରିଖରେ ସେ ପଞ୍ଜାବରେ କାର୍ଯ୍ୟରେ ଯୋଗଦେବେ ବୋଲି ତାଙ୍କ ପରିବାର ତରଫରୁ ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS