BREAKING
Loading...
:

ଜାତୀୟ ସେବା ଯୋଜନାର ରାଜ୍ୟସ୍ତରୀୟ ଶିବିରରେ ଗଣିଆର ଦୁଇ ଛାତ୍ର ମନୋନୀତ

 ଜାତୀୟ ସେବା ଯୋଜନାର ରାଜ୍ୟସ୍ତରୀୟ ଶିବିରରେ ଗଣିଆର ଦୁଇ ଛାତ୍ର ମନୋନୀତ 




ଗଣିଆ (ମଣିଭଦ୍ରା ଖବର) ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସେବା ଯୋଜନା (ଏନଏସଏସ) ରାଜ୍ୟସ୍ତରୀୟ ସାଂସ୍କୃତିକ ମହୋତ୍ସବ 'ଓଡ଼ିଆ ଅସ୍ମିତା' ଶିବିର ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ଗୌରବମୟ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଦୁଇ ପ୍ରତିଭାବାନ ଛାତ୍ର ବାପୁନୁ ବେହେରା ଓ ଭାଗବତ ସାହୁ ଯୋଗଦେଇ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି। ଓଡ଼ିଆ ଅସ୍ମିତାକୁ ସାଂସ୍କୃତିକ ପରିଚୟ ଓ ଗୌରବ ଭାବେ ଗ୍ରହଣ କରିବାକୁ ଯୁବପିଢିଙ୍କୁ ଆହ୍ୱାନ ଦିଆଯାଇଥିବା ବେଳେ, ଏହି ଦୁଇ ଛାତ୍ର ସେମାନଙ୍କର ନିଷ୍ଠା ଓ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି।


ତିନି ଦିନ ଧରି ଚାଲିଥିବା ଏହି ଶିବିରରେ ରାଜ୍ୟର ୨୧ଟି ବିଶ୍ୱବିଦ୍ୟାଳୟର ସ୍ବେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅତିଥିମାନେ ମତ ପ୍ରକାଶ କରିଥିଲେ ଯେ ଆମର ସାଂସ୍କୃତିକ ବିଭବର ସଂରକ୍ଷଣ ଓ ପ୍ରସାର ପାଇଁ ଯୁବପିଢି ସଂକଳ୍ପବଦ୍ଧ ହେବା ଏକାନ୍ତ ଆବଶ୍ୟକ। ଏହି ଉତ୍ସବ ମାଧ୍ୟମରେ ବାପୁନୁ ଓ ଭାଗବତଙ୍କ ଭଳି ସ୍ବେଚ୍ଛାସେବୀମାନଙ୍କ ମଧ୍ୟରେ ସାଂସ୍କୃତିକ ଓ ସାମାଜିକ ଭାବ ବିନିମୟର ଏକ ସୁନ୍ଦର ସୁଯୋଗ ସୃଷ୍ଟି ହୋଇଛି, ଯାହା ଆଗାମୀ ଦିନରେ ସେମାନଙ୍କୁ ସମାଜସେବା ଦିଗରେ ଅଧିକ ଅନୁପ୍ରାଣିତ କରିବ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS